ଭଦ୍ରକର ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିମାନ ଚନ୍ଦ୍ର ରାୟ ଓ ତାଙ୍କର ଧର୍ମ ପତ୍ନୀ ସ୍ବର୍ଗତା କାନନବାଳା ରାୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

ଭଦ୍ରକ ତା 30/5/25 ରିଖ ପୂର୍ବାହ୍ନ 11ଟା ସମୟରେ ଭଦ୍ରକର ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିମାନ ଚନ୍ଦ୍ର ରାୟ ଓ ତାଙ୍କର ଧର୍ମ ପତ୍ନୀ ସ୍ବର୍ଗତା କାନନବାଳା ରାୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଆଡ଼ଭୋକେଟ ହେମନ୍ତ କୁମାର ନାୟକ @ଚାଣକ୍ୟଙ୍କ ସଭାପତିତ୍ୱରେ ମହାଡ଼ମ୍ବର ସହକାରେ ସମାପିତ ହୋଇଯାଇଛି. ଆଡ଼ଭୋକେଟ ହେମନ୍ତ କୁମାର ନାୟକ ଓରଫ ଚାଣକ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉନ୍ମୋଚନ ସଭାକୁ ଆଡ଼ଭୋକେଟ ରଞ୍ଜନ କୁମାର ନାୟକ ଓ ଗିରିଧାରୀ ନାଥ ସଂଯୁକ୍ତ ସଞ୍ଚାଳନ କରିଥିଲେ. ଉକ୍ତ ସଭାରେ ଓଡିଶା ବାର କାଉନସିଲର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ କରିବା ସ୍ବର୍ଗତ ରାୟଙ୍କ ନୀରବଛିନ୍ନ ଓକିଲାତି ବୃତ୍ତିର ଘୋର ପ୍ରଶଂସା କରି ଓକିଲଙ୍କୁ ସାମାଜିକ ଇଞ୍ଜିନିଅର ରୂପେ ଆଖ୍ୟାୟିତ କରି ସମାଜ ଗଠନରେ ଓକିଲଙ୍କ ଭୂମିକା ଅତୁଳନୀୟ ବୋଲି ଦର୍ଶାଇଥିଲେ. ସେହପରି ଅଲ ଇଣ୍ଡିଆ ଲୟର୍ସ ୟୁନିଅନର ଉପସଭାପତି ତଥା ଅଲ ଓଡିଶା ଲୟର୍ସ ୟୁନିଅନର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଙ୍ଗାରି ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ଓକିଲାତି ଏକ ରାଜକୀୟ ବୃତ୍ତି ଓ ଏ ବୃତ୍ତିରେ ଅତୀତ ଇତିହାସରେ ଆମର ପୂର୍ବସୁରୀ ମାନେ ଛାଡ଼ି ଯାଇଥିବା ପଦଚିହ୍ନକୁ ଆମେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ. ଅନ୍ୟତମ ସମ୍ମାନୀୟ ଅତିଥି ରୂପେ ଭଦ୍ରକ ବାର ଆସୋସିଏସନର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଆଚାର୍ଯ୍ୟ ଓ ଭଦ୍ରକ ପୌର ପାଳିକାର ଅଧ୍ୟକ୍ଷା ଗୁଲମୁକ୍କୀ ହବିବ ମାନେ ଯୋଗ ଦେଇ ସ୍ବର୍ଗତ ରାୟଙ୍କର ଓକିଲାତିକୁ ଭୁୟସୀ ପ୍ରଶଂସା କରିଥିଲେ. ମୁଖବକ୍ତା ଭାବେ ପ୍ରଫେସର ଅଟଳ ବିହାରୀ ନାୟକ ବହୁମୂଲ୍ୟବାନ ଉପଦେଶ ଦେଇ ସ୍ୱର୍ଗତ ରାୟ ବିମାନ ଚନ୍ଦ୍ର ରାୟ ଓକିଲାତି ପାଇଁ ଏକ ଉଦାହରଣ ବୋଲି ଅବିହିତ କରିବା ସହିତ ଭଦ୍ରକ ଓକିଲାତିରେ ସେ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ ବୋଲି କହିଥିଲେ. ଉକ୍ତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ. ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ, ରଞ୍ଜନ କୁମାର ନାୟକ, ଗିରିଧାରୀ ନାଥ, ସ୍ବର୍ଗତ ରାୟଙ୍କ ଗୁଣାବଳୀ ବର୍ଣ୍ଣନା କରି ସଭାସଦ ବର୍ଗଙ୍କୁ ଅଚମ୍ବିତ କରିଦେଇଥିଲେ. ଯୁବ ଆଇନଜୀବି ବିକାଶ ନାଥ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇ ନିଜର ବାକଚାତୁରୀର ପରିଚୟ ଦେଇଥିଲେ. ଉକ୍ତ ସଭାରେ ଓଡିଶା ବାର କାଉନସିଲର ପୂର୍ବତନ ସଦସ୍ୟ ପବନ କୁମାର ଶର୍ମା ଭଦ୍ରକ ବାର ର ପୂର୍ବତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ପୂର୍ବତନ ସମ୍ପାଦକ ଜିତେନ୍ଦ୍ର କୁମାର ପଣ୍ଡା, ବିଜନ କୁମାର ଜେନା,ବର୍ତ୍ତମାନର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅଶୋକ ନାୟକ, ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅଗଣି ଚରଣ ଜେନା, ଉପେନ୍ଦ୍ର ପାଢ଼ୀ, ମନୋରଞ୍ଜନ ମହାନ୍ତି, ମାନସ ଦାସ, pସନ୍ତୋଷ ପାତ୍ର, ବିଜୟ ଦାସ, ଅଜୟ ମହାନ୍ତି, ଶ୍ରୀକାନ୍ତ ତ୍ରିପାଠୀ, ସରୋଜ ତପନ ଦାସ, ଅର୍ଚନା ରାଣୀ ଦାସ,ଆଦି ସହସ୍ରାଧିକ ଅଧିବକ୍ତା ମାନଙ୍କ ସହିତ ସ୍ବର୍ଗତ ରାୟଙ୍କର ଜ୍ୟେଷ୍ଠାକନ୍ୟା ତଥା ନୟାଗଡ଼ କୋର୍ଟର ଅତିରିକ୍ତ ଜିଲ୍ଳାଜଜ ଶ୍ରୀମତୀ ରିଜା ରାୟ, ମଧ୍ୟମ କନ୍ୟା ଆଡ଼ଭୋକେଟ ରେନିରାୟ, ମଝିଆଁ ଝିଅ ଇଞ୍ଜିନିଅର ରୀନା ରାୟ, ସାନଝିଅ ଶିକ୍ଷୟିତ୍ରୀ ରେଶମା ରାୟ, ଜ୍ୱାଇଁ, ପୁତ୍ର ବଧୂ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ. ଶେଷରେ ସ୍ବର୍ଗତ ବିମାନ ଚନ୍ଦ୍ର ରାୟଙ୍କ ଏକମାତ୍ର ପୁତ୍ର ବିଜ୍ଞାନ ଚନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ.