ପତଣ୍ଡା ଗ୍ରାମ ଭିତରୁ ହରିଣ ଉଦ୍ଧାର

ଗଣିଆ – ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ ପତଣ୍ଡା ଗ୍ରାମ ଭିତରୁ ଏକ ହରିଣ ଉଦ୍ଧାର କରିଛି ବନବିଭାଗ । ଘଟଣାରୁ ଜଣାପଡିଛି ଶୁକ୍ରବାର ଅପରାହ୍ନରେ ଏକ ହରିଣ ପତଣ୍ଡା ଭିତରକୁ ଚାଲି ଆସିଥିଲା । ସ୍ଥାନୀୟ ଲୋକେ ହରିଣଟିକୁ କାବୁ କରି ଗଣିଆ ବନବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚି ହରିଣଟିକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରିବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ତେବେ ହରିଣଟି ସଂପୂର୍ଣ୍ଣ ସୁସ୍ଥ ଥିବା ଫରେଷ୍ଟର ମନୋଜ ପ୍ରଭାକର ସାହୁ ସୂଚନା ପ୍ରଦାନ କରିଛନ୍ତି । ଜଙ୍ଗଲ ପାଖାପାଖି ଗ୍ରାମଟି ଅବସ୍ଥିତ ହୋଇଥିବାରୁ ।ବନ୍ୟ ପ୍ରାଣୀ ମାନେ ବହୁ ସମୟରେ ଜନବସତି ମଧ୍ୟ୍ୟକୁ ଚାଲିଆସୁଥିବାର ଜଣାପଡିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *