ବିଶାଳ ଜନ ସମୁଦ୍ରରେ ବିଦାୟ ନେଲେ ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ।

କାମାକ୍ଷାନଗରDate -30/5/2025Anchor -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କୁ ବିଶାଳ ଶୋଭାଯାତ୍ରାରେ ବିଦାୟ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ବିଜେପି ପାର୍ଟି ଅଫିସରେ ଦଳୀୟ କର୍ମୀ ଓ ନେତାଙ୍କ ସହ ବହୁ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ। ପରେ କାମାକ୍ଷାନଗର ମହିମା ଟୁଙ୍ଗୀ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ କାମାକ୍ଷାନଗର ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କ ଅନୁଗାମୀ, ଦଳୀୟ କର୍ମୀ, ଓକିଲ, ସମାଜସେବୀ, ସାମ୍ବାଦିକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ଏବଂ ଏନଏସି ଅଫିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶ୍ରୀ ପଟ୍ଟନାୟକଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଶ୍ରୀ ପଟ୍ଟନାୟକ ୧୯୭୭ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ପାର୍ଟି, ୧୯୮୫ ରୁ ୧୯୯୦ ଭାରତୀୟ ଜନତା ପାର୍ଟି, ୧୯୯୦ ରୁ ୧୯୯୫ ମସିହା ଜନତା ଦଳର ବିଧାୟକ ଥିଲେ। ୧୯୬୪ ମସିହାରେ ଛାତ୍ର ନେତା ଭାବେ ଯୋଗ ଦେଇଥିଲେ। ୧୯୭୪ ମସିହାରେ ଜେପି ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୭୫ ମସିହାରେ ୧୮ ମାସ ପାଇଁ ଉଭୟ ଢେଙ୍କାନାଳ ଓ ପାଲଲହଡା ଜେଲରେ ରହିଥିଲେ। ୧୯୭୭ ମସିହାରେ ୨୮ ବର୍ଷ ବୟସରେ ପ୍ରଥମ ଯୁବ ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *