ଗାଡି ସହ ୭୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

ବ୍ରହ୍ମପୁର :-୩୦/୦୫ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୭୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏହା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହାର କରାଯାଇଥିବା ଏକ୍ସୟୁଭି କାର କୁ ଜବତ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ଗୁଇନ୍ଦା ବିଭାଗ । ସୂଚନା ମୁତାବକ ଗଞ୍ଜେଇ ଚାଲାଣ ନେଇ ଗତକାଲି ବିଳମ୍ୱିତ ରାତିରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଖଲ୍ଲିକୋଟ ସାନ ଘାଟି ନିକଟରେ ଜଗି ବସିଥିଲା । ରାତ୍ର ପ୍ରାୟ ସାଢେ଼ ଗୋଟାଏ ବେଳେ ଏକ ଏକ୍ସୟୁଭି ଗାଡ଼ିକୁ ସନ୍ଧେହ ରେ ଯାଞ୍ଚ କରିବା ପରେ କାର ଭିତରେ ଗଞ୍ଜେଇ ଥିବା ଦେଖିବା ପରେ କାର ଟିକୁ ଜବତ କରି ତାହାର ଚାଳକ ସରଣକୁଳ , ନୟାଗଡ଼ ର ବିକାଶ ଭଟ୍ଟ କୁ ଗିରଫ କରିଛି ବିଭାଗ । ଏହି ଗଞ୍ଜେଇ ବାଲିଗୁଡା ରୁ ଭାୟା ଖଲ୍ଲିକୋଟ ଦେଇ ନୟାଗଡ ଯାଉଥିଲା ବୋଲି ଅବକାରୀ ଡେପୁଟି କମିଶନର ସୃତି କାନ୍ତ ରାଉତ ସୂଚନା ପ୍ରଦାନ କରିଛନ୍ତି । ଏହି ଚଢାଉ ରେ ଅବକାରୀ ଏସ ଆଇ ଅଜିତ ନାୟକ, ପ୍ରବୀର୍ ସାମଲ , କପିଳାସ ଭଟ୍ଟ , ସନ୍ତୋଷ ନାୟକ , କୁମୁଦ ପ୍ରଧାନ , ବଳରାମ ଜେନା ପ୍ରମୁଖ ସାମିଲ ହୋଇଥିଲେ ।