ଅସ୍ତରଙ୍ଗ ବ୍ଲକ ସାଂସଦ ପ୍ରତିନିଧି ଦାୟିତ୍ଵ ନେଲେ ଦିବାକର

ଅସ୍ତରଙ୍ଗ ବ୍ଲକ ସାଂସଦ ପ୍ରତିନିଧି ଦାୟିତ୍ଵ ନେଲେ ଦିବାକର
ଅସ୍ତରଙ୍ଗ – କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ ନିମନ୍ତେ ଜଗସିଂହପୁର ସାଂସଦ ପ୍ରତିନିଧି ଭାବେ ଦିବାକର ଛାଟୋଇ ମନୋନୀତ ହୋଇଛନ୍ତି। ଜଗସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ ଏ ନେଇ ଚିଠି ମାଧ୍ୟମରେ ସୁଚନା ଦେଇଛନ୍ତି। ଅସ୍ତରଙ୍ଗ ରାଜନୀତିରେ ବିଚକ୍ଷଣ ରାଜନୀତି ପ୍ରତିଭା ରଖୁଥିବା ସମସ୍ତଙ୍କ ପ୍ରିୟ ନେତା ଦିବାକର ଛାଟୋଇ ବିଜେପିରେ ମିଶିବା ପରେ ସଂଗଠନକୁ ମଜବୁତ୍ କରି ଚାଲିଛନ୍ତି। ତାଙ୍କ ନେତୃତ୍ଵରେ ଅସ୍ତରଙ୍ଗରେ ବିଜେଡ଼ି ଚିତ୍ ପଟଙ୍ଗ ମାରିଛି। ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ସାଂସଦ ଡଃ ବିଭୁ ପ୍ରସାଦ ତରାଇ ତାଙ୍କୁ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଭାବେ ମନୋନୀତ କରି ଦାୟିତ୍ୱ ଦେଇଛନ୍ତି। ଏନେଇ ଦିବାକର ମାନ୍ୟବର ସାଂସଦଙ୍କ ସମେତ ସାଂସଦଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।