ଜୁନ ମାସର ଅଭିଯୋଗ ଶୁଣାଣି କାର୍ଯ୍ୟ ସୂଚୀ

ଜୁନ ମାସର ଅଭିଯୋଗ ଶୁଣାଣି କାର୍ଯ୍ୟ ସୂଚୀ।
ପୁରୀ ୩୧/୫ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜୁନ ମାସ ୨ ତାରିଖ ସୋମବାର ସକାଳ ୭ ଘଟିକା ରେ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।ଏଥିପାଇଁ ଆଗ୍ରହୀ ଜନସାଧାରଣ ଜନ ଶୁଣାଣି ପୋର୍ଟାଲ (https://janasunani.gov in/) ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।ଜନସାଧାରଣ ପଞ୍ଜିକରଣ ପ୍ରାପ୍ତି ସ୍ବୀକାର ପତ୍ର, ବ୍ୟକ୍ତି ଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ଉପସ୍ଥିତ ରହି ନିଜର ଅଭିଯୋଗ ଜଣାଇ ପାରିବେ।ଏତଦ ବ୍ୟତୀତ ଅଣ ପଞ୍ଜିକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ର ଗୁଡିକୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇ ପାରିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପକ୍ଷରୁ ଜନ ସାଧାରଣ ଙ୍କୁ ସୂଚନା ଦିଆଯାଇଛି।ସେହିପରି ଜୁନ ୯ ଓ ଜୁନ ୨୩ ତାରିଖରେ ଜିଲ୍ଲା ସଦର ମହକୁମା ଅର୍ଥାତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ,ଜୁନ ୧୬ ତାରିଖରେ କାକଟପୁର ବ୍ଲକସମ୍ମିଳନୀ କକ୍ଷରେ ଏବଂ ଜୁନ ୩୦ ତାରିଖରେ ନିମାପଡା ବ୍ଲକ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।