ପ୍ରଧାନ ଶିକ୍ଷକଙ୍କୁ ଝୁରୁଛନ୍ତି ପଞ୍ଚାୟତ ବାସୀ

ପ୍ରଧାନ ଶିକ୍ଷକଙ୍କୁ ଝୁରୁଛନ୍ତି ପଞ୍ଚାୟତ ବାସୀ
ଆଜି ବାଜା ବାଜୁଛି ରୋଷଣି ହେଉଛି l ଡିଜେର ତାଳେତାଳେ ନାଚ ମଧ୍ୟ ହେଉଛି l
କିନ୍ତୁ ଏ ପଟୁଆର ଟିକେ ଭିନ୍ନ ଓ ଅଲଗା କାରଣ ଏହା କୌଣସି ବାହାଘର ନୁହେଁ କି ଭସାଣି ଉତ୍ସବ ନୁହେଁ l
ହିଁ ଦର୍ଶକ ବନ୍ଧୁ ଏ ହେଉଛି କୋରେଇ ବ୍ଲକ୍ ଅନ୍ତର୍ଗତ ତାହାରପୁର ପଞ୍ଚାୟତ ମୁଳୁସରଗଡ଼ା ପଞ୍ଚ।ୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା l ଆଜି ଭଳି ଦିନରେ ସାରା ପଞ୍ଚାୟତ ବାସୀ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛନ୍ତି l ତାଙ୍କ ଶିକ୍ଷକତା ସମୟନୁବର୍ତିତା, ବ୍ୟବହାର ଓ ଆଚାର ପ୍ରତି ପିଲାଙ୍କ ପ୍ରତି ଥିବା ଭାବ ଆଜି ବିମୋହିତ କରୁଛି ଗ୍ରାମ ବାସୀଙ୍କୁ l ତାଙ୍କୁ ଶ୍ରଦ୍ଧା ଭକ୍ତିର ସହକାରେ ଗାଁ ଦାଣ୍ଡରେ ବିରାଟ ପଟୁଆରରେ ସମ୍ବର୍ଦ୍ଧନା ଦେଇଛନ୍ତି l ଆଜି ମଧ୍ୟ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ l ଆଉ ଉତ୍ସବରେ ସମବାୟ ମନ୍ତ୍ରୀ ଡ଼ ପ୍ରଦିପ ବଳ ସାମନ୍ତ, ସାଂସଦ ଡ଼ ରବି ନାରାୟଣ ବେହେରା ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଓ ପିଲାମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବା ଶହ ସରକାରଙ୍କ ଶିକ୍ଷା ଯୋଜନାରେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଦିଗରେ ଅଭିଭାଷଣ ରଖିଥିଲେ l ପରିଶେଷରେ ସମସ୍ତ ଅତିଥି, ଅଭିଭାବକ, ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ପିଲାମାନେ ପ୍ରଧାନ ଶିକ୍ଷକ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live