ଶିବ ପାର୍ବତୀ ବିବାହ

ଶିବ ପାର୍ବତୀ ବିବାହ
ଦେବ ଦମ୍ପତି ଙ୍କ ବିବାହ ଲଗନ ପାଇଁ ଦେବଗ୍ରାମ ଭିଡ଼
ମହାଦେବ ଙ୍କ ଆଶିଷ ପାଇଣ
ଭକତ କରେ ଯୋଗାଡ଼।
ଜ୍ୟେଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେ ମହାଦେବଙ୍କର ଯାତ୍ରା
ଶିତଳ ଷଷ୍ଠୀ ରେ ଫେରିବେ ଦମ୍ପତି
ଦେଇ ବିବାହ ର ବାର୍ତ୍ତା।
ଦେବ ଦେବ ମହାଦେବ ଯେ ବିଶ୍ବ ରକ୍ଷଣ ପାଇଁ
ବିଷ ପାନ କରି ନିଳକଣ୍ଠ ନାମ
ସାର୍ଥକ କରନ୍ତି ତହିଁ।
ବିଶ୍ବ ବାସୀ ଙ୍କୁ ଦେବ ଦେବ ଙ୍କ ର ବାରତା ଜାଣନ୍ତୁ ଭାଇ
ଘରେ ଘରେ ଚାରା ରୋପଣ କରନ୍ତୁ ବିଷ କୁ ହରିବା ପାଇଁ।
ଅଙ୍ଗାରକାମ୍ଳ କୁ ହରଣ କରିବ
ବୃକ୍ଷ ଦେବତା ଯେ ଜାଣ
ଅଶ୍ୱତଥ ,ତୁଳସୀ ଗଛ ଯେ
ଦେବ ପୁରା ଅମ୍ଳଜାନ।
ଯଦି ଭାଇ ଭଉଣୀମାନଙ୍କ ଜୀବନ ରହିବା ପାଇଁ
ବାରି ଘରେ ଚାରା ରୋପଣ କରନ୍ତୁ
କାହାକୁ ଯେ ନ ଚାହିଁ।
ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ)