ନିଶା ନିବାରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲଗୋ,ବିଜ୍ଞାପନ ଓ ଥିମ୍ ସଙ୍ଗର ଉନ୍ମୋଚନ

ନିଶା ନିବାରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲଗୋ,ବିଜ୍ଞାପନ ଓ ଥିମ୍ ସଙ୍ଗର ଉନ୍ମୋଚନ।
ଫୁଲବାଣୀ:ନିପ୍ର:-୩୧/୦୫ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଅବକାରୀ ବିଭାଗ ଦ୍ୱାର ତା ୩୧.୦୫.୨୦୨୫ ରିଖ ଠାରୁ ୨୬.୦୬.୨୦୨୫ ରିଖ ପର୍ଯ୍ୟନ୍ତ ଓ ଏହା ପରେପରେ ଆଉ ତିନୋଟି ପର୍ଯ୍ୟାୟରେ ବର୍ଷ ବ୍ୟାପି ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ କରାଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ,ଭୁବନେଶ୍ୱର ଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଲୋଗ,ବିଞାପନ ଓ ଥିମ୍ ସଙ୍ଗ୍ ଉନ୍ମୋଚନ କରିଥିଲେ । ତମାଖୁ ହେଉଛି ଏକ ନିଶ୍ଚିତ ହତ୍ୟାକାରୀ। ଏହା ସହିତ,ତମାଖୁ ଉତ୍ପାଦନ ଓ ବର୍ଜ୍ୟ ଯୋଗୁ ଆମର ପରିବେଶ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ତମାଖୁ କମ୍ପାନୀମାନେ ଆକର୍ଷଣୀୟ ବିଜ୍ଞାପନ,ଫ୍ଲେଭରଯୁକ୍ତ ଉତ୍ପାଦ ଓ ଇ-ସିଗାରେଟ ଜରିଆରେ ଯୁବକମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଚାଲବାଜିକୁ ଚିହ୍ନି ଓ ଯୁବପିଢ଼ିଙ୍କୁ ତମାଖୁ ଦୂରେଇ ରହିବାକୁ ଶକ୍ତି ପ୍ରଦାନ,ଶିକ୍ଷା ଓ ସଚେତନତା କରିବା ଏହାର ମୂଳ ଲକ୍ଷ୍ୟ। ପଞ୍ଛାୟତିରାଜ ବିଭାଗ,କ୍ରିଡା ବିଭାଗ, ମିଶନ ଶକ୍ତି ,ସାମଜିକ ସୁରକ୍ଷ। ଓ ଭିନ୍ନକ୍ଷମ ସଶକ୍ରିକରଣ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ,ଉଚ୍ଚ ଶିକ୍ଷା ବିଭାଗ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ, ଓଡ଼ିଶା ପୁଲିସ ଓ ସ୍ଵତନ୍ତ୍ର କାର୍ଯ୍ୟ ବାହିନୀ ଇତ୍ୟାଦି ବିଭାଗ ଏହି ବହୁମୁଖି ଅଭିଯାନରେ ଅବକାରୀ ବିଭାଗକୁ ସହାୟତା କରିବେ । ସଚେତନତା ରଥ,ଜିଲ୍ଲା ସଂସ୍କୃତି ସଂଘ, ବ୍ଳକ କଳା ସଂସ୍କୃତି ସଂଘ ଏବଂ ନଗର କଳା ସଂସ୍କୃତି ସଂଘ ଜରିଆରେ ସମଗ୍ର ଓଡ଼ିଶାରେ ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମର ଓଡ଼ିଶାର ସମସ୍ତ ଜିଲ୍ଲାରେ ଆୟୋଜିତ ହେବ।
ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଅଧିକାରୀ ଯୋଗ ଦେଇଥିଲେ ବେଳେ କନ୍ଧମାଳ ଜିଲ୍ଲାରୁ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ରମେଶ ଚନ୍ଦ୍ର ଜେନା, ଆରକ୍ଷୀ ଅଧିକ୍ଷକ,କନ୍ଧମାଳ ହରିଶ୍ ବି.ସି,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ,କନ୍ଧମାଳ ଶମ୍ଭୁନାଥ ନନ୍ଦୀ,ଉପ-ଜିଲ୍ଲାପାଳ ଭିକାରୀ ସାହୁ,ଡ଼ି.ଏଫ୍.ଓ,ଅବକାରୀ ଅଧିକ୍ଷକ,ଆର୍.ଟି.ଓ, ଡି.ଏସ୍.ଏସ୍.ଓ,ଡି.ଏସ୍.ଡବ୍ଳୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।