ସେନାପତି ବଗିଚା ସିଦ୍ଧପୀଠରେ ଶୀତଳଷଷ୍ଠୀ ଓ ଶିବବିବିହ

ସେନାପତି ବଗିଚା ସିଦ୍ଧପୀଠରେ ଶୀତଳଷଷ୍ଠୀ ଓ ଶିବବିବିହ
ପୁରୀ ୩୧/୫: ଶ୍ରୀକ୍ଷେତ୍ରର ସେନାପତି ବଗିଚାର ସିଦ୍ଧପୀଠ ମାଆ ମଙ୍ଗଳାଙ୍କ ମନ୍ଦିର ପରିସରରେ ସିଦ୍ଧ ବେଲେଶ୍ୱର ମହାଦେବଙ୍କ ଶୁଭବିବାହ ଜଗତଜନନୀ ମାତା ପାର୍ବତୀଙ୍କ ସଦ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ଏହି ପବିତ୍ର କାର୍ଯ୍ୟରେ ଶ୍ରୀ ରାମଚନ୍ଦ୍ର ଦଳାଇ ଓ ଧର୍ମପତ୍ନୀ କନ୍ୟାପକ୍ଷ ଓ ଶ୍ରୀ ସଚ୍ଚିଦାନନ୍ଦ ମହାନ୍ତି ଓ ସ୍ୱଧର୍ମପତ୍ନୀ ବରପକ୍ଷର କର୍ତ୍ତାକର୍ତ୍ତୀ ଦାୟିତ୍ୱ ସମ୍ପନ୍ନ କରିଛନ୍ତି। ବିଶିଷ୍ଟ ବେଦଜ୍ଞ ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ଓ ମନ୍ଦିର ପୂଜକ ନିରଞ୍ଜନ ପଣ୍ଡା ପୁରୋହିତ ଭାବେ ବିଧିମତେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ସାହି ସଭାପତି ଶ୍ରୀ ନାରାୟଣ ଜେନା, ସଂପାଦକ ଦାମୋଦର ସ୍ୱାଇଁ, ସର୍ବଶ୍ରୀ ରବିନାରାୟଣ ସାହୁ, ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଦୀପ ମହାନ୍ତି, ଲୋକନାଥ ଦଳାଇ, ଭବାନୀ ରଥ, ବିଜୟ କୁମାର ମିଶ୍ର, ପଞ୍ଚାନନ ପ୍ରଧାନ, ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ସାହି ବାସିନ୍ଦା ଭକ୍ତିଭାବ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବନ୍ଦାପନାରେ ବହୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ। ଦେବଦମ୍ପତି ନଗର ପରିକ୍ରମା କରି ପଙ୍କ୍ତି ଭୋଗ ଗ୍ରହଣ କରିବାର କାର୍ଯକ୍ରମ ରହିଛି।