ବିଶ୍ୱ ତମାଖୁ ନିଷେଧ ଦିବସ

ଭୁବନେଶ୍ୱର ୩୧ ମେ’ ୨୦୨୫ଆଜି ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ଅବକାରୀ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।ବିଭିନ୍ନ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ,ବିଷାକ୍ତ ମଦ କାରବାରକୁ ରୋକିବା ଲକ୍ଷ୍ୟରେ ଏହି ଜନସଚେତନତା ରାଲି ଆୟୋଜିତ ହୋଇଥିଲା।

ପାରମ୍ପରିକ ନୃତ୍ୟ, ସଂଗୀତ,ପାଲା, ଦାସକାଠିଆ, ଘୋଡ଼ାନାଚ ତଥା ପଥପ୍ରାନ୍ତ ନାଟକ ମାଧ୍ୟମରେ ତମାଖୁ ନିଷେଧ ଦିବସର ସଚେତନତା ବାର୍ତ୍ତା (“ଆମ ସଂକଳ୍ପ – ନିଶା ନୁହେଁ, ଜୀବନ”) ପ୍ରଦାନ କରାଯାଇଥିଲା।