ଶିବ ବିବାହ କାର୍ଯ୍ୟ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ

ସଦର ସ୍ଥିତ ମୁଚୁକୁନ୍ଦ ସୋମନାଥ ମନ୍ଦିରରେ ଶିବ ବିବାହ କାର୍ଯ୍ୟ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇ ଯାଇଛି । ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ଦେଵନୀତି କରାଯାଇ ଅପରାହ୍ଣରେ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଜଗତପିତା ଶିବ ଓ ମାତା ପାର୍ବତୀ ଏକ ପାଲିଙ୍କିରେ ସହର ପରିକ୍ରମା କରିଥିଲେ । ପରେ ବିଳମ୍ବିତ ରାତିରେ ବିଧି ଓ ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କାର୍ଯ୍ୟ ସମାପନ ହୋଇଥିଲା । ଏହି ବିବାହ ଉତ୍ସବରେ ହଜାର ହଜାର ଜନସାଧାରଣ ମାନେ ଯୋଗ ପ୍ରଭୁ ଙ୍କ ଆଶୀର୍ବାଦ କାମନା କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ଶୈବପୀଠ ଗ୍ରାମେଶ୍ୱର ମହାଦେବ ମନ୍ଦିର, ଅଷ୍ଟସମ୍ଭୁ ମହାଦେବ ମନ୍ଦିର ରେ ମଧ୍ୟ ଶିବବିବାହ ମହା ଆଡମ୍ବରରେ ସହକାରେ ଅନୁଷ୍ଠିତ ହୋଇ ଯାଇଛି । ପରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *