ଭଦ୍ରକ ପୌରପାଳିକାର ୪୦ତମ ସାଧାରଣ ଅଧିବେଶନ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଗର୍ଜିଲେ କାଉନସିଲର।

ଭଦ୍ରକ, ପୌରାଧ୍ଯକ୍ଷା ଓ କାଉନ୍‌ସିଲରମାନଙ୍କ ସହ ଯୋଗାଯୋଗ ରକ୍ଷା କରି ପୌରାଞ୍ଚଳର ବିକାଶଧାରା ଜାରି ରଖୁବା ପାଇଁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପରାମର୍ଶ ଦେଇଛନ୍ତି। ଭଦ୍ରକ ପୌରପାଳିକାର ସଭାଗୃହରେ ଶନିବାର ୪୦ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ କାଉନ୍ସିଲରମାନେ ପୌରନିର୍ବାହୀଙ୍କ ସ୍ୱେଚ୍ଛାଚାରିତା, ପ୍ରଶାସନିକ ବ୍ୟବସ୍ଥାକୁ ନେଇ ହୋହାଲା କରିଥିଲେ। ଫଳରେ ବୈଠକରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସେମାନଙ୍କର ଅଭିଯୋଗ ଥିଲା ପୌରନିର୍ବାହୀ ଅଧୁକାରୀ କାଉନ୍ସିଲଙ୍କୁ ଉପେକ୍ଷା କରି ଚାଲିଛନ୍ତି। ନିଜ ଇଚ୍ଛା ମୁତାବକ କାର୍ଯ୍ୟ ରହୁନାହାନ୍ତି । କାଉନ୍‌ସିଲରମାନେ ନିଜ ୱାର୍ଡର ବିଭିନ୍ନ ସମସ୍ୟା ନେଇ ଫୋନ୍ କଲେ ଉଠାଉନାହାନ୍ତି । ବିଭିନ୍ନ ୱାର୍ଡର ଉନ୍ନୟନ ଫାଇଲ୍ ଗୁଡିକ ଦୀର୍ଘଦିନ ଧରି ନିର୍ବାହୀ ଅଧିକାରୀଙ୍କ ଟେବୁଲରେ। ଫାଇଲ ପଡିରହୁଛି । ଏହି ହୋ ହାଲ୍କା ପରିସ୍ଥିତିରେ ପୌରନିର୍ବାହୀ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିଲେ। ତେବେ ବିଧାୟକ ଶ୍ରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ଅଣାଯାଇ ପରିସ୍ଥିତି ଶାକ୍ଷ ପଡିଥିଲା। ବିଧାୟକ ପୌର ନିର୍ବାହୀ ଅଧିକରୀଙ୍କୁ କାଉନ୍‌ସିଲର ଓ ପୌରଧ୍ୟକ୍ଷାଙ୍କ ସହ ଯୋଗାଯୋଗରଖ୍ କର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅଧିବେଶନରେ ପୌରାଞ୍ଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜନକଲ୍ୟାଣକାରୀ ଯୋଜନା, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଆଗକୁ ବର୍ଷାଦିନ ଆସୁଥିବାରୁ ସ‌ହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା, ବିପର୍ଯ୍ୟସ୍ତ ହୋଇପଡିଥ‌ିବା ବିଭିନ୍ନ ୱାର୍ଡର ରାସ୍ତାଗୁଡିକର ମରାମତି କରାଯିବା ନେଇ ଏହି ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦଙ୍କ ପ୍ରତିନିଧୁ ଭଗବାନ ପଣ୍ଡା, ପୌରାଧ୍ଯକ୍ଷା ଗୁଲମନ୍ତ୍ରୀ ଦଲୱାଳି ହବିବ, ପୌରନିର୍ବାହୀ ଅଧିକାରୀ ତାପସ ସାମଲଙ୍କ ସମେତ ସମସ୍ତ ପାରିଷକୁ ଓ ପୌରପାଳିକାର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *