ତୀର୍ଥକ୍ଷେତ୍ରର ପ୍ରଭାବ ଖବର ପ୍ରକାଶ ପାଇଲା ପରେ ବସଷ୍ଟାଣ୍ଡ ଗୃହ ନିର୍ମାଣରେ ସୂଚନା ଫଳକ ଲାଗିଲା।

ଫୁଲବାଣୀ:-୦୧/୦୬ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଠାରେ ୫ କୋଟି ଅଟକଳ ମୂଲ୍ୟ ଅନୁଦାନରେ ବସଷ୍ଟାଣ୍ଡ ଗୃହ ଆଜକୁ ଏକ ବର୍ଷ ହେବେ ନିର୍ମାଣ ହେଉଛି। ହେଲେ ବର୍ତ୍ତମାନ ସୁଧା ଶତକଡ଼ା ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠାରେ ଠିକାଦାର ସୂଚନା ଫଳକ ନ ଲଗାଇ କାମ କରୁଥିଲେ। ସରକାରଙ୍କ ନିୟମକୁ ଖୁଲମଖୁଲା ଉଲଂଘନ କରାଯାଇ ବିନା ସୂଚନା ଫଳକରେ ଏତେ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଥିବା ତୀର୍ଥକ୍ଷେତ୍ର ଦୈନିକ ଖବର କାଗଜରେ ଗତ ୧୯ ତାରିଖରେ ଖବର ପ୍ରକାଶ ପାଇଲା ପରେ ଏଭଳି ପ୍ରଭାଵ ପଡ଼ିଲା ଯେ ସାଙ୍ଗେ ସାଙ୍ଗେ ସୂଚନା ଫଳକ ଲାଗିଲା। ଏ ନେଇ ତୀର୍ଥକ୍ଷେତ୍ର କୁ ବିଭିନ୍ନ ମହଲରୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଧନ୍ୟବାଦ ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଗତିବାଦୀ ପାଠକ ତଥା ବୁଦ୍ଧିଜିବୀ ଙ୍କ ଠାରେ କୃତଜ୍ଞତା ହୋଇଛି। ପ୍ରକାଶ ଥାଉକି ଅନୁସୂଚିତ ଜାତି ଜନଜାତି ଲୋକଙ୍କ ସରଳତାର ସୁଯୋଗ ନେଇ କିଛି ମୁଷ୍ଟିମେୟ ନେତା ମାନଙ୍କ ବାହୁ ଛାୟାତଳେ ପ୍ରୀୟାପ୍ରିତିରେ କିଛି ଠିକାଦାର ସରକାରଙ୍କ ନିୟମକୁ ଖାତିରି ନ କରି ମନମୁଖୀ ଭାବେ ଉନ୍ନୟନ ମୂଳକ କାମ ଗୁଡ଼ିକ କରୁଥିବା ବେଳେ ସାଧାରଣ ଜନତା ନିଜ ଅଧିକାରରୁ ବଞ୍ଚିତ ରହୁଥିବା ସହିତ ଠକାମିର ଶିକାର ହେଉଛନ୍ତି। ଯନ୍ତ୍ରୀ ଠିକାଦାର ମାଲାମାଲ ହେଉଛନ୍ତି। ତେଣୁ ଏଭଳି କାର୍ଯ୍ୟ ନ ହେବା ପାଇଁ ଏଥିପ୍ରତି ଦୃଷ୍ଟି ଆକର୍ଷଣ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି।