କବିତା କୈବଲ୍ୟ ଲୋକାର୍ପିତ

କବିତା କୈବଲ୍ୟ ଲୋକାର୍ପିତ

ଗତ ତା୩୧/୦୫/୨୦୨୫ରିଖ ଓ ତା୦୧/୦୬/୨୦୨୫ରିଖ
ଗାନ୍ଧୀ ସ୍ମୃତି ଭବନ,ବାଲେଶ୍ବରରେ ଦୈନିକ ଅପରାହ୍ନ ସମ୍ଵାଦ ପତ୍ର ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ କବିରତ୍ନ ନୂତନ କୁମାର ବେହେରାଙ୍କ ରଚିତ ” କବିତା କୈବଲ୍ୟ ” ଉନ୍ମୋଚିତ ହୋଇଛି ଏବଂ ତାଙ୍କୁ “ସୃଜନ ଶ୍ରୀ ” ସମ୍ମାନରେ ସମ୍ମାନିତ କରାଯାଇଛି।ମୁଖ୍ୟ ଅତିଥି ପୂର୍ବତନ ମାନ୍ୟବର ମନ୍ତ୍ରୀ ଡ଼କ୍ଟର ଅରୁଣ କୁମାର ସାହୁଙ୍କ କର କମଳରେ ଉନ୍ମୋଚନ ଓ ଲୋକାର୍ପଣ ହୋଇଛି।

ଉକ୍ତ ପୁସ୍ତକଟି ଭକ୍ତି ରସାତ୍ମକ ପ୍ରାଚୀନ ଛନ୍ଦ ଓ ରାଗରେ ରଚିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ,ଜଣାଣ ପ୍ରାର୍ଥନା ସହିତ ତାଙ୍କର ବେଶ ଆଦି କବି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଅପରାହ୍ନର ମୁଖ୍ୟ ସମ୍ପାଦକ ତଥା ସାମ୍ବାଦିକ ଶ୍ରୀ ବଂଶୀଧର ଜେନା ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେବୀଙ୍କ ପରିଚାଳନାରେ ଶ୍ରୀନିର୍ଲିପ୍ତା ପ୍ରିଣ୍ଟିଂ ପ୍ରେସ୍ ରେ ମୁଦ୍ରିତ ହୋଇଛି। କବିରତ୍ନଙ୍କର କବିତା କୈବଲ୍ୟ ପୁସ୍ତକଟି ଭକ୍ତି ଚେତନା ଉଦ୍ରେକ କରି ଜନ ମାନସରେ ତାଙ୍କର ଜୀବନକୁ ସରସ ସୁନ୍ଦର କରୁ।

Leave a Reply

Your email address will not be published. Required fields are marked *