ମାଆ

( କ୍ରମଶଃ…୩ୟ ଭାଗ )
ମାଆ
( ଚଉତିଶା, ଟ ରୁ ଣ/ଅ,ଆ )
🖊️କବିରତ୍ନ ନୂତନ କୁମାର ବେହେରା
ଟାଳି ଦିଏନାହିଁ ଅଳି ଶ୍ରଦ୍ଧା କରେ କଥା ଶୁଣି
ଟେକି ଧରି ବାରେ ମାଆ କୋଳେ ତାର ନିଏ ଘେନି,
ଟାଣ କରେନା ସନ୍ତାନେ ଓଠେ ହସ ଦିଏ ଆଣି
ଟିକେ ଆଖି ଲୁହ ଦେଖି ତାଙ୍କର ହୁଏ ବାୟାଣୀ।୧।
ଠକ ଅବା ଅଳୁସୁଆ ହେବାକୁ ଦିଅଇ ନାହିଁ
ଠିକଣାରେ ନେବାକୁ ଜଗିଥାଏ ବାଟକୁ ଚାହିଁ,
ଠାକୁରାଣୀ ମାଆ ଏ ସଂସାରରେ ସନ୍ତାନ ପାଇଁ
ଠିକ କରିଥାଏ ସବୁ ହୃଦୟକୁ ଯାଏ ଛୁଇଁ।୨।
ଡ଼ାକି ତା’ ପାଖକୁ ନିଏ ସହେ ଅଝଟ ଅର୍ଦଳି,
ଡ଼ର ଭୟ ଦୂରାଏ ସେ ସେନେହ ମମତା ବୋଳି,
ଡ଼ଉଲଡ଼ାଉଲ କରି ପୁତ୍ରକୁ ରଖେ ସମ୍ଭାଳି
ଡ଼େଇଁବାକୁ ଦିଏନା ସୀମା କଲେ କା’ସାଥେ କଳି।୩।
ଢ଼ାଳି ଦେଇ ଶ୍ରଦ୍ଧା ଭକ୍ତି କରୁଥାଏ ସେବା ତ୍ୟାଗ
ଢ଼ାଳ ପରି ରହି ସଦା ଦେଖାଏ ତା’ ଅନୁରାଗ,
ଢ଼ୋକି ଦୁଃଖ ଜଳ ପରିବାର କଥା ବୁଝେ ଆଗ
ଢୁଣ୍ଡେ ସୁଖ ଶାନ୍ତି ସଦା ହୃଦୟେ ରଖି ସରାଗ।୪।
ଅଶେଷ ଯନ୍ତ୍ରଣା ସହି ହୋଇଥାଏ ସୁଗୃହିଣୀ
ଅବିରାମ ଶ୍ରମ ସାଧି ହୁଏ କଲ୍ୟାଣ କାରିଣୀ,
ଆରାଧନା କରି ଦିଅଁ ଦେବତା ମାଗେ ମାଗୁଣି
ଅଗାଧ ଭରସା ଦେଇ ହୁଏ ଅଭୟଦାୟିନୀ।୫।
( କ୍ରମଶଃ....)
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨