ରୋଜଗାରିଆ ପୁଅ ହୃଦଘାତରେ ମୃତୁ୍ୟବରଣ ।

ଗଣିଆ – ପରିବାରର ରୋଜଗାରିଆ ପୁଅ ହିସାବରେ ପରିବାର ପ୍ରତିପୋଷଣ ପାଇଁ ଘର ଛାଡି ସୁଦୁର ବରଗଡର ଏକ ମେଡିସିନ କମ୍ପାନୀରେ ମେଡ଼ିସିନ ରିପ୍ରେଜନଟିଭ ଭାବେ କାମ କରୁଥିଲେ । ତେବେ କିଏ ଜାଣିଥିଲା ଘରର ପରିବାରର ବୋଝ ମୁଣ୍ଡେଇ ଚାକିରି କରିବାକୁ ହସି ହସି ଯାଇଥିବା ଭେଣ୍ଡା ପୁଅଟି ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଯିବ ଆରପାରିକୁ । ଏଭଳି ଏକ ଘଟଣା ଘଟିଛି ନୟାଗଡ ଜିଲ୍ଲା ଗଣିଆ ପାଟଣାସାହିରେ । ପାଟଣା ସାହିର ବିରବର ବେହେରାଙ୍କ ପୁଅ ବିଭୁତି ବେହେରା ମେଡିସିନ ରିପ୍ରେଜନଟିଭ ଭାବେ କାମ କରୁଥିଲେ । ଗତକାଲି ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଦେଖିସାରି ସାଙ୍ଗ ମାନଙ୍କ ସହିତ ବରଗଡ ଯାଇଥିବା ବେଳେ ହଠାତ୍ ଶରୀର ଅସୁସ୍ଥ ହେବାରୁ ସେ ଖସି ପଡ଼ିଥିଲେ । ତାଙ୍କୁ ତୁରନ୍ତ ବରଗଡ଼ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ତେବେ ଅପରାହ୍ନରେ ମରଶରୀର ତାଙ୍କ ନିଜ ବାସଭବନରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାର ପ୍ରିୟଜନ ତଥା ସାଙ୍ଗସାଥି ବିଭୂତିଙ୍କୁ ଦେଖିବାକୁ ପ୍ରାୟ ଏକଘଣ୍ଟା ଧରି ଅପେକ୍ଷାକରି ରହିଥିଲେ । ଭେଣ୍ଡିଆ ପୁଅକୁ ହରାଇ ବାପା ସ୍ତବ୍ଧ ପାଲଟିଯାଇଥିବା ବେଳେ ମା ଆଖିରୁ ଝରି ଚାଲିଥିଲା ଲୁହ । ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନୀୟ ମଶାଣିରେ ବିଭୁତିଙ୍କ ଶବଦାହ କରାଯାଇଥିଲା । ତେବେ ବିଭୂତିଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ।