ରୌପ୍ୟ ଜୟନ୍ତୀ ସମାରୋହ ଧୁମଧାମରେ ପାଳନ

ଚଳିତ ବର୍ଷ ଭଦ୍ରକର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ RIPMS ତା’ର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଟାଉନ ହଲ୍ ଠାରେ ନିଜର ରୌପ୍ୟ ଜୟନ୍ତୀ ସମାରୋହ ଧୁମଧାମରେ ପାଳନ କରିଅଛି ।

ଏହି ରୌପ୍ୟ ଜୟନ୍ତୀ ଅବସରରେ ଶିକ୍ଷାନୁଷ୍ଠାନର ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ ତଥା ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବୀରକିଶୋର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁରାତନ ଛାତ୍ର ସଂସଦର ବିଭିନ୍ନ ସଦସ୍ୟ ଏବଂ ବର୍ତ୍ତମାନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଏହି ଉତ୍ସବର ସୁପରିଚାଳନା କରିଥିଲେ |

ଏହି ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱନାମଧନ୍ୟ କଥାବାଚକ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ, ଲେଖକ ତଥା ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ଶ୍ରୀଯୁକ୍ତ ପବିତ୍ର କୁମାର ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥ୍‌ ଭାବେ ସାଳନ୍ଦୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଯୋଗଦେଇ ପୁରାତନ ଓ ବର୍ତ୍ତମାନ ଶିକ୍ଷାରତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଏବଂ ଜୀବନଧାରଣର ଅନେକ ଉପାଦେୟ ବାର୍ଭା ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥ୍ ରୂପେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବୀରକିଶୋର ଶତପଥୀ ଏବଂ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ଶ୍ରୀମତ୍ତ କର ସଭାର ଶୋଭା ବଦ୍ଧନ କରିଥିଲେ । ସଭାର ପରିଚାଳନା ଭାର ତୁଲାଇଥିଲେ ପ୍ରସିଦ୍ଧ ପ୍ରେରଣା ଦାୟକ ବକ୍ତା ତଥା RIPMSର ପୁରାତନ ଛାତ୍ର ଶ୍ରୀମାନ ସଂଗ୍ରାମଜିତ ଦାସ।

ଏହି ଅବସରରେ ଭଦ୍ରକ ଟାଉନ ହଲ୍ ଠାରେ RIPMSର ପୁରାତନ ଛାତ୍ର ସଂସଦ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଏଥିରେ ଯୋଗଦାନ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ରେଡକ୍ରସ ତରଫରୁ ମାନପ‌ତ୍ର ଦେଇ ସମ୍ବଦ୍ଧତ କରାଯାଇଥିଲା । ଏହି ରକ୍ତଦାନ ଶିବିରର ଆୟୋଜନ ଏବଂ ପରିଚାଳନା ଭାର RIPMSର ପୁରାତନ ଛାତ୍ରଛାତ୍ରୀମାନେ ତୁଲାଇଥିଲେ ।

ଏହି ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ଶିକ୍ଷାନୁଷ୍ଠାନର ୨୦୨୪-୨୫ ଶିକ୍ଷାବର୍ଷର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପ‌ତ୍ର ଏବଂ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ପ୍ରତିବର୍ଷ ଭଳି ୯୦ ପ୍ରତିଶତ ମାର୍କ ରଖୁଥ‌ିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା |

ଏହି ରୌପ୍ୟ ଜୟନ୍ତୀ ସମାରୋହ ଆୟୋଜନର ଭାର ଗ୍ରହଣ କରି ସଫଳତାର ସହିତ ଏହାର ସୁପରିଚାଳନା କରିଥିବା ପ୍ରମୁଖ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବୀରକିଶୋର ଶତପଥୀ ପ୍ରଶଂସା କରିବା ସହିତ ଭବିଷ୍ୟତରେ ମଧ୍ୟ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ରହିବା ନିମନ୍ତେ ଆଶା ପ୍ରକଟ କରିଥିଲେ | ଏହି ସମାରୋହର ସଫଳ ପରିଚାଳନା କରିଥିବା ପ୍ରମୁଖ ପୁରାତନ ଛାତ୍ର ସଂସଦର କାର୍ଯ୍ୟକର୍ତ୍ତା ଶ୍ରୀମତ୍ତ କର, ସୌମ୍ୟ ପ୍ରକାଶ ମିଶ୍ର, ହେମାନନ୍ଦ ବେହେରା, ଜଗନ୍ନାଥ ସାହୁ, ଇନ୍ଦ୍ରଜିତ ନାୟକ, ଅର୍ଜୁନ ସାମଲ, ଶକ୍ତି ପ୍ରସାଦ ମଲ୍ଲିକ ମଧ୍ୟ ଶିକ୍ଷାନୁଷ୍ଠାନ ସହିତ ସର୍ବଦା ଯୋଡ଼ି ହୋଇ ରହିବା ଏବଂ ଭବିଷ୍ୟତରେ ଏମିତି ସମାରୋହର ଦାୟିତ୍ବ ନିର୍ବାହ କରିବାକୁ ଭରସା ଦେଇଥିଲେ |

ରୌପ୍ୟ ଜୟନ୍ତୀ ଅବସରରେ ଶିକ୍ଷାନୁଷ୍ଠାନର ବର୍ଭମାନ ଶିକ୍ଷାରତ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥିଲେ |
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *