ତାରା ଦେବୀ ଠାକୁରାଣୀ ଙ୍କ ଯାତ୍ରାରେ ସବୁ ଦିନ ଭକ୍ତ ମାନଙ୍କ ଭିଡ ଲାଗି ରହୁଛି

ଲାଞ୍ଜିପଲ୍ଲୀ ଠାରେ ଆୟୋଜିତ ତାରା ଦେବୀ ଠାକୁରାଣୀ ଙ୍କ ଯାତ୍ରାରେ ସବୁ ଦିନ ଭକ୍ତ ମାନଙ୍କ ଭିଡ ଲାଗି ରହୁଛି । ଭକ୍ତ ମାନେ ମା ଙ୍କ ଦର୍ଶନ କରିବା ସହ ପୂଜା କରୁଛନ୍ତି । ବିଭିନ୍ନ ସାହିରେ ଖୋଳ ଯାଇଥିବା କଳା କୁଞ୍ଜ ଓ ରଥ ଦେଖିବାକୁ ଭିଡ ହେଉଛି । ସନ୍ଧ୍ୟାରେ ଆଳତି ପରେ ମା ଙ୍କ ଘଟ ପରିକ୍ରମା ଅନୁଷ୍ଟିତ ହେଉଅଛି । ସେହି ପରୀ ଅସ୍ଥାୟୀ ମଣ୍ଡପ ନିକଟରେ ସାମୁହିକ କୁଙ୍କୁମ ପୂଜା କରାଯାଉଛି । ବହୁ ମହିଳା ପୂଜାରେ ସାମିଲ ହେଉଛନ୍ତି । କର୍ପୋରେଟର ଡ୍ ସୋନାଲି ଗନ୍ତାୟତ, ବନିତା ସାହୁ ଏହି ଅବସରରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ଯାତ୍ରା ପରିଚାଳନା କମିଟି ର ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରୁଛନ୍ତି। ଜୁନ ୭ ବିଳମ୍ୱିତ ରାତିରେ ମା ର ଯାତ୍ରା ସରିବ ।