ଦେଢ଼ ବର୍ଷର ଝିଅ ପୋଖରିରେ ବୁଡ଼ି ଯାଇଥିଲେ

କୋଣାର୍କ ନିକଟସ୍ଥ କୁରୁଜଙ୍ଗ ପଞ୍ଚାୟତ ଭାଣପୁର ଗ୍ରାମର ସିଲୁ କାଣ୍ଡିଙ୍କ ଦେଢ଼ ବର୍ଷର ଝିଅ ପୋଖରିରେ ବୁଡ଼ି ଯାଇଥିଲେ। ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇ ଗୋପ ମେଡ଼ିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି lଖବର ଅନୁଯାୟୀ କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଭାଣପୁର ଗ୍ରାମର ସିଲୁ କାଣ୍ଡିଙ୍କ ଦେଢ଼ ବର୍ଷର ଏକମାତ୍ର ଝିଅ ସ୍ମାଇଲ ସବୁଦିନ ଭଳି ନିକଟରେ ବଡ଼ ବାପା ଘରକୁ ଭଉଣୀ ମାନଙ୍କ ସହ ଖେଳିବାକୁ ଯାଇଥିଲା। ସେଠାରେ ଖେଳି ଫେରି ନଥିଲା। ଗ୍ରାମର ଅଙ୍ଗନବାଡ଼ି କର୍ମୀ ନିକଟରେ ଥିବା ପୋଖରୀରେ ପଡ଼ି ଭାସୁଥିବା ଦେଖିବାକୁ ପାଇଥିଲେ ଘର ଲୋକେ। ତୁରନ୍ତ ଉଦ୍ଧାର କରି ଗୋପ ମେଡ଼ିକାଲରେ ଭର୍ତି କରିଥିଲେ। ହେଲେ ଡ଼ାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ କୋଣାର୍କ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ୍।

Leave a Reply

Your email address will not be published. Required fields are marked *