ଦେଶୀ ଓ ବିଦେଶୀ ମଦ ବନ୍ଦ କରିବା ଦାବିରେ ବିଧାୟକଙ୍କ ସହ ମହିଳାଙ୍କ ଶୋଭାଯାତ୍ରା

ଲକ୍ଷ୍ମୀପୁର ନିର୍ବାଚନୀ ମଣ୍ଡଳୀରୁ ଦେଶୀ ଓ ବିଦେଶୀ ମଦ ବନ୍ଦ କରିବା ଦାବିରେ ବିଧାୟକଙ୍କ ସହ ମହିଳାଙ୍କ ଶୋଭାଯାତ୍ରା

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ଭଳି ୪ ଟି ବ୍ଲକରେ ନକଲି ଦେଶୀ ଓ ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା। ଆଜି ୪ ଟି ବ୍ଲକର ସହସ୍ରାଧିକ ମହିଳା,ପୁରୁଷ, ଯୁବକ ଯୁବତୀ ମାନେ ମଦ ବିରୋଧୀ ନାରା ଦେବା ସହ ହାତରେ ପ୍ଳାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ଏହି ମଦ ବନ୍ଦ ଅଭିଯାନ କୁ ରାୟଗଡାର କଂଗ୍ରେସ ବିଧାୟକ ଆପାଲ ସ୍ୱାମୀ କାଡ୍ରାକା ମଧ୍ୟ ସମର୍ଥନ ଜଣାଇ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ଦିନକୁ ଦିନ ମଦ କୁ ନେଇଁ ରାଜନୀତି ସରଗରମ ହେବାକୁ ଲାଗିଲାଣି।ଗତ କାଲି ସ୍ଥାନୀୟ ବିଧାୟକ ପବିତ୍ର ସାଉଁତାଙ୍କ ଉପରେ ବିଜେପିର ମିଥ୍ୟା ଆରୋପ ନେଇ କୋରାପୁଟ ସାଂସଦ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଥିବା ବେଳେ ସୋମବାର ଅଂଚଳରେ ମଦକୁ ସମ୍ପୂର୍ଣ ବନ୍ଦ କରିବା ଜିଦରେ ଲକ୍ଷ୍ମୀପୁର ସଦର ମହକୂମାରେ ମଦ ବିରୋଧୀ ଶକ୍ତି ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ରେଳବାଇ ଛକ ଠାରୁ ଶତାଧିକ ପୁରୁଷ ଓ ମହିଳା ସଭାଯାତ୍ରା ରେ ବାହାରି ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ହାତରେ ପ୍ଲାକାର୍ଡ ଓ କଂଗ୍ରେସର ଦଳୀୟ ପତାକା ଧରି ନାରାବାଜି କରି ସଭାଯାତ୍ରାରେ ବାହାରିଥିଲେ। ସ୍ଥାନୀୟ ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେଠାରୁ ଲକ୍ଷ୍ମୀପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ରେ ପହଂଚି ବିଡ଼ିଓ ଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ ।  ବେନିୟମ ମଦ ବା ନକଲି ମଦ ସଂପୂର୍ଣ୍ଣ ବନ୍ଦ କରିବା ସହ,ସରକାର ଲାଇସେନ୍ସଧାରି ନିଜେ ଦୋକାନ ନକରି ଟଙ୍କା ଲାଳସାରେ ବିହାରୀ ମାନଙ୍କୁ ଆଣି ଦୋକାନରେ ନକଲି ମଦ ପ୍ରସ୍ତୁତ କରି ରାସ୍ତା ଘାଟ ଏବଂ ସ୍କୁଲ କଲେଜ ଓ ମନ୍ଦିର ଚର୍ଚ୍ଚ ନିକଟରେ ମଦ ବିକ୍ରି କରୁଥିବାରୁ ତାହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବୀ କରାଯାଇଥିଲା।ତୁରନ୍ତ ମଦ ବନ୍ଦ ନହେଲେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଉଭୟ ବିଧାୟକ କହିଛନ୍ତି।

ଲଷ୍ମୀପୂର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *