( କ୍ରମଶଃ…୪ ର୍ଥ ଭାଗ )

                        ମାଆ
              ( ଚଉତିଶା, ତ ରୁ ଫ )

   🖋️କବିରତ୍ନ ନୂତନ କୁମାର ବେହେରା

ତଫାତେ ହୁଅଇ ମା’ର ଭିନ୍ନ ଗୁଣ ଚରିତ୍ର
          ତରଳେ ନାହିଁ ତା’ ହୃଦୟ କରିଥାଏ ବିଚିତ୍ର,
ତଉଲି ନିଜ ସ୍ଵାର୍ଥ କରିଥାଏ କୁଟ ଚକ୍ର
      ତମ ଗୁଣେ ବିମାତା ରୂପେ କରେ ଅପବିତ୍ର।୧।

ଥରକୁ ଥର ବଦଳାଏ ତାର ବେଶଭୂଷା
          ଥାଇ ମାୟାବିନୀ ଗୁଣେ କରଇ ତୁଚ୍ଛ ଆଶା,
ଥମେ ନାହିଁ ତା’ ପାଇଁ କଳହ ତୁଟେ ଭରସା
       ଥାଉଁ ଥାଉଁ ସବୁ ଭୋଗିବାକୁ ହୁଏ ଦୁର୍ଦ୍ଦଶା।୨।

ଦୁନିଆଁରେ ମା’ ଠାରୁ ବଡ଼ ହୁଏ ନାହିଁ କେହି
        ଦ୍ୱେଷ ଗୁଣ ତାର ନ ଥିଲେ ମହାନ ତ ସେହି,
ଦିଏ ସେନେହ ମମତା ସେବା ଯତ୍ନରେ ରହି
    ଦେବୀ ରୂପେ ବିପଦରୁ ସେ କରିଥାଏ ତ୍ରାହି।୩।

ଧରି ହାତ ଚଲାଏ ସେ ଦେଖାଏ ଭଲ ବାଟ
             ଧୈର୍ଯ୍ୟ ଧରି ବୁଝୁଥାଏ ସନ୍ତାନର ଅଝଟ,
ଧରା ପରି ହୁଏ ସର୍ବଂସହା କରେନା ହଟ
    ଧୀର ଶାନ୍ତ ସ୍ଵାଭାବରେ ସେ ଘୁଞ୍ଚାଏ ସଂକଟ।୪।

ନିମ୍ନ ରୁଚି ନ ରଖି ଜଗତେ ହୁଏ ଜନନୀ
        ନାଶିଦିଏ ଦୁଃଖକଷ୍ଟ ମା’ ରୂପେ ସେ ତାରିଣୀ,
ନିଅଇ ପ୍ରଗତିର ପଥେ ସୁଖ ଦିଏ ଆଣି
   ନୂଆ ନୂଆ ଆଶା ଦେଇ ସେ କରାଏ ଅଗ୍ରଣୀ।୫।

ପରଖି ଥାଏ ସନ୍ତାନର ହୃଦୟର ଭାବ
             ପୂରଣ କରିଥାଏ ତାହା ନ ରଖି ଅଭାବ,
ପୂଜ୍ୟନୀୟା ହୋଇ ଦିଏ ଆଶିଷର ବିଭବ
       ପରିବାରର ମଙ୍ଗଳେ ପଡ଼ଇ ତା’ ପ୍ରଭାବ।୬।

ଫୁଲ ସମ ଫୁଟି ବିତରି ଦିଅଇ ସୁବାସ
                 ଫୁଟାଏ ସବୁରି ମୁଖରେ ମଧୁର ହସ,
ଫେଣ ପରି ସୁନ୍ଦର ଦିଶେ ଘରର ବିକାଶ
      ଫେରାଇ ଆଣେ ପୂର୍ବର ପରମ୍ପରା ସୁଯଶ।୭।

                                  ( କ୍ରମଶଃ...)

               କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *