ବିଲାବାଡା ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।

କନ୍ଧମାଳ ୦୩//୨୦୨୫ ଟିକାବାଲି ବ୍ଲକ ବିଲାବାଡା ଗ୍ରାମ ରେ ପଞ୍ଚାୟତ ସ୍ତରୀୟ ଷୋଡଶ ବାର୍ଷିକ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି ଯଜ୍ଞ ଟି ପ୍ରତିବର୍ଷ ପଞ୍ଚାୟତ ର ବିଭିନ୍ନ ଗାଁ ରେ ହେଉଥିବା ବେଳେ ଏହି ବର୍ଷ ମଧ୍ୟ ବିଲାବାଡା ଠାରେ ହୋଇଯାଇଛି ! ଏହି ଯଜ୍ଞ ରେ ବିଭିନ୍ନ ପ୍ରକାର ର ସାଧୁ ସନ୍ଥ ମାନେ ଯୋଗଦେଇ ଥିବାବେଳେ ଅନେକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ଯଜ୍ଞ ଆରମ୍ଭ ଦିନରେ ରୀତିନୀତି ଅନୁସାରେ ପୂଜା ଵିଧି କରି ନାଳ ରୁ କଳସ ରେ ଜଳ ଆଣି କୁଞ୍ଜ ଚତୁର୍ପାର୍ଶ୍ୱରେ ରଖି ଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ନାମ ଆରମ୍ଭ ହୋଇ ଥିବା ବେଳେ ତୃତୀୟ ଦିନେରେ ନାମ ଶେଷ ହୋଇଥିଲା ! ଏହି ଯଜ୍ଞ ଟି ସମସ୍ତ ଙ୍କ ସହ ଯୋଗ ରେ ହୋଇଥିବା ବେଳେ ଏଠାରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଯାଇଛି ! ନିତି ନିୟମ ଅନୁସାରେ ସୁନ୍ଦର ଭାବରେ ଆଚାର୍ଯ୍ୟ ପୂଜାରୀ ଜଗବନ୍ଧୁ ଦାସ ପୂଜା ପାଠ କରିଥିବା ବେଳେ ଜଜମାନ ଭାବେ ମହୋନ କହଁର, ପାର୍ଗଣ କହଁର କାର୍ଯ୍ୟ ତୁଲାଇ ସମାପନ କରିଥିଲେ ! ଏହି ଯଜ୍ଞ କୁ ଦୂରଦୂରାନ୍ତ ର ରୁ ସଂକୀର୍ତନ ମଣ୍ଡଳୀ 12 ଥଳ ଯୋଗଦେଇ ଥିବା ବେଳେ ଯଜ୍ଞ ଦେଖିବାକୁ ଭକ୍ତ ଙ୍କ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଚକାପାଦ କଲ୍ୟାଣ ଆଶ୍ରମ ଵାଵା ଜଗବନ୍ଧୁ ଦାସ , ପ୍ରବଚକ ଝାରସୁଗୁଡା ଆଶ୍ରମ ର ବାବା ପ୍ରେମାନନ୍ଦ ସ୍ୱାମୀ , ମାତାଜୀ ସବିତା ଦେବୀ ଏବଂ ଦୂରଦୂରାନ୍ତର ରୁ ଆସିଥିବା ସାଧୁସନ୍ଥ ଆସି ପ୍ରବଚନ ମାଧ୍ୟମରେ ଭକ୍ତ ମାନଙ୍କୁ ଧର୍ମବାଣି ଶୁଣାଇ ଥିଲେ ! ଯଜ୍ଞ କୁ ସଭାପତି ମନୁଆ କହଁର , ଉପସଭାପତି ଚିତରଞ୍ଜନ ପ୍ରଧାନ,ସମ୍ପାଦକ ସଞ୍ଜିତ କହଁର , ଓ ଗ୍ରାମର ସମସ୍ତ ବାପା,ମା,ଯୁବକ ଯୁବତୀ ମାନେ ସହ ଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *