ପ୍ରଫୁଲ୍ଲ ପାଠାଗାର ର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Date-04/06/25 ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇଆଙ୍କର-ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପୁରୁଣା ଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବ ର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ମୁଖ୍ୟ ବକ୍ତା ଭାବେ ପ୍ରତାପ କୁମାର ମିଶ୍ର, ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ, ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ବଂଶୀଧର ଆଚାର୍ଯ୍ୟ, ବିଜୟ କୁମାର ପତି, ଅଧ୍ୟାପକ ଲଷ୍ମୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ ଶିକ୍ଷା ର ବିକାଶ କ୍ଷେତ୍ରରେ ପ୍ରଫୁଲ୍ଲ ପାଠାଗାର ଉଲ୍ଲେଖନୀୟ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ କହିଛନ୍ତି । ଆଜି ଏହି ପ୍ରଫୁଲ୍ଲ ପାଠାଗାର ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ଜିଲ୍ଲା, ରାଜ୍ୟ ଓ ଦେଶରେ ପ୍ରତିଷ୍ଠା ଲାଭ କରି ପାରିବା ସହିତ ଜିଲ୍ଲା କୁ ଗୌରବାନୀତ କରିପାରିଛନ୍ତି ।