ଉତ୍କର୍ଷ ନିମାପଡା ରେ ଗୋପ କୁ ଉପ ମୁଖ୍ୟମନ୍ତ୍ରୀ ଙ୍କ ଅଣଦେଖା

ଉତ୍କର୍ଷ ନିମାପଡା ରେ ଗୋପ କୁ ଉପ ମୁଖ୍ୟମନ୍ତ୍ରୀ ଙ୍କ ଅଣଦେଖା l
ଗୋପ :- ( )ରାଜ୍ୟ ରେ ପ୍ରଥମ କରି ଓଡ଼ିଆ ଅସ୍ମିତା କୁ ପାଥେୟ କରି ନିର୍ବାଚନ ବୈତରଣୀ ପାରି ହୋଇଥିଲା ବିଜେପି ସରକାର l କିନ୍ତୁ ଆଜି ଓଡିଶାରେ ଓଡ଼ିଆ ଙ୍କ ସ୍ଥିତି ରେ ପରିବର୍ତ୍ତନ ହୋଇଛି କୀ ? ଆଜି ବି ଓଡିଶା ରେ ଯେତେ କଳ କାରଖାନା ଓ କମ୍ପାନୀ ରହିଛି ସେଥିରେ ଅଧିକାଂଶ କର୍ମଚାରୀ ହେଉଛନ୍ତି ଅଣଓଡ଼ିଆ l ଗତ କିଛି ମାସ ତଳେ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଉତ୍କର୍ଷ ଓଡିଶା ର ଆୟୋଜନ ହୋଇଥିଲା l ବାସ୍ତବ ରେ ଓଡିଶା ରେ ଓଡ଼ିଆ ଅସ୍ମିତା କୁ ବୁଝିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି କୀ ? ଠିକ ସେହିପରି ଉତ୍କର୍ଷ ଶବ୍ଦ ଅନେକଙ୍କ ପାଇଁ ଅବୁଝା ଏହା ସତ୍ୟ ତା ସତ୍ତ୍ୱେ ଆଜି ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l ବାସ୍ତବରେ ଉତ୍କର୍ଷ ଶବ୍ଦର ଅର୍ଥ ସବୁଠୁ ଭଲ, ସବୁଠୁ ବଢିଆ, ସରଷା ଓ ଚମତ୍କାର, ଯଦି ତେବେ ଆମେ କେଁଉ କ୍ଷେତ୍ରରେ ଉତ୍କର୍ଷ ହୋଇଛି l ଆବଶ୍ୟକୀୟ ଭିତିଭୂମି ର ଘୋର ଅଭାବ ଓ ପରିପକତା ହେଵା ପୂର୍ବରୁ ଅତି ତବରିଆ ଭାବେ ଆୟୋଜନ କରିବା ପଛରେ କାହାର ସ୍ୱାର୍ଥ ରହିଛି ? ଯଦି ନିମାପଡା ନିର୍ବାଚନ ମଣ୍ଡଳୀ ର କେବଳ ନିମାପଡା ବିଜ୍ଞାପିତ ଅଞ୍ଚଳ କୁ ନେଇ ଆୟୋଜିତ ତାହାଲେ ଠିକ ଅଛି l ଆଉ ଯଦି ସମଗ୍ର ନିମାପଡା ନିର୍ବାଚନ ମଣ୍ଡଳୀ କୁ ନେଇ ଆୟୋଜନ ହୋଇଥାଏ ତେବେ ତାହା ଗ୍ରହଣୀୟ ନୁହେଁ l ମୁ ଗୋପ ର ସ୍ୱାଭିମାନ ଦୁଷ୍ଟି ସ୍ପଷ୍ଟ କରୁଛି l ଗୋପ ଓ ନିମାପଡା ମଧ୍ୟରେ କେତେ ଫରକ ଗୋପବାସୀ ଜାଣୁଛନ୍ତି ତ… ଗୋପ ଆଜି ଶିକ୍ଷା କ୍ଷେତ୍ରରେ ଅନେକ ବ୍ୟତିକ୍ରମ ରହିଛି l ଯେଉଁଟା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସ୍ପଷ୍ଟ ବାରିହେଲା l ସରକାରୀ ଶିକ୍ଷାନୁଷ୍ଠାନ ତୁଳନାରେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ରେ ଫଳାଫଳ ଭଲ ହୋଇଥିଲା l ବର୍ତମାନ ସୁଦ୍ଧା ଗୋପ ରେ ଥିବା କଲେଜ ରେ ଶ୍ରେଣୀ ଗୃହ ନିର୍ମାଣ ସରିପାରିଲା ନାହିଁ l ଓଡିଶା ଆଦର୍ଶ ବିଦ୍ୟାଳୟ ଆବଶକୀୟ ଭିତିଭୂମି ର ଅଭାବ ରହିଛି l ପାଠ୍ୟପୁସ୍ତକ ଅନୁଯାଇ ଶିକ୍ଷକ ନାହାନ୍ତି ଛାତ୍ରୀବାସ ଓ ଛାତ୍ରବାସ ନିର୍ମାଣ ସରିଲାନାହିଁ l ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ ରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି l ଅନାବଶକୀୟ ସ୍ଥଳେ ୩ଟି ସ୍କୁଲ କୁ ମିଶ୍ରଣ କରିବା ଦ୍ଵାରା ପାଠ ପଡ଼ାରେ ବ୍ୟାଘାତ ସୃଷ୍ଟି ହେଉଛି l ଗୋପ ରେ ସ୍ଥାୟୀ ଶିକ୍ଷାଧିକାରୀ ନାହାନ୍ତି l ତହସିଲ ଓ ବ୍ଲକ ଏବଂ ସବରେଜିଷ୍ଟର କାର୍ଯ୍ୟାଳୟ କଥା ନ କହିଲେ ଭଲ l ଗୋପ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ଭୁତକୋଟି ରେ ପରିଣତ ହେଲାଣି l ଗୋପ ରେ ସର୍ବ ପୁରାତନ ଥାନା ତାର ଅସ୍ତିତ୍ୱ ହରାଇଲାଣି l ଗୋପ ମେଡିକାଲ ଟି ନାହିଁ ନାହିଁ ରେ ଚାଲିଛି l ଦୀର୍ଘ ବର୍ଷ ଧରି ଗୋପ ବଜାର ର ବ୍ୟବସାୟୀ ଙ୍କ ପାଇଁ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ଟେ ନାହିଁ ଆଜି ବି ରୋଡ଼ ସାଇଡ ରେ ଉଠା ଦୋକାନୀ ଭାବେ ବ୍ୟବସାୟୀ କରି ଚାଲୁଛନ୍ତୁ l ଖେଳ କୁଦ ନିମନ୍ତେ କୌଣସି ସୁବିଧା ନାହିଁ l ଶୌଚାଳୟ ଟେ ନାହିଁ ସଭା ସମିତି ନିମନ୍ତେ କୌଣସି ସୁବିଧା ନାହିଁ l ବିଲୁପ୍ତ ହେବାକୁ ବସିଲାଣି ଗୋପ ସାଗର ସାନ୍ନ ମେଳନ ତାର ଉଦ୍ଧାର ହୋଇପାରୁନି l ସମସ୍ତ ଷ୍ଟ୍ରିଟ ଲାଇଟ ଅଚଳ,ବସ ଷ୍ଟାଣ୍ଡ ନାହିଁ ଶ୍ମାଶନ ଟେ ନାହିଁ ମୋଟା ମୋଟି କହିବାକୁ ଗଲେ ନାହିଁ ନାହିଁରେ ଗୋପ l ଏଣୁ ସବୁଠୁ ଭଲ, ବଢିଆ ଓ ଚମତ୍କାର ହେଲାପରେ ହି ଉତ୍କର୍ଷ ନିମାପଡା ବୋଲି କୁଆଯାଇଥାନ୍ତା l
ଯଦି କେବଳ ବାର୍ଷିକ କାର୍ଡ ର ବିବରଣୀ ପାଠ କରିବାର ଥିଲା ଏତେ ବ୍ୟୟ ବରାଦ କାହିଁକି ? ସେଥିପାଇଁ ସମଗ୍ର ଗୋପ ରେ ଚର୍ଚ୍ଚା ଯୋର ହେଉଛି l