ବିଶ୍ବ ମହାସାଗର ଦିବସ ପାଳିତ।

ସମୁଦ୍ର ବେଳାଭୂମି ଏବଂ ଜଳାଶୟଗୁଡ଼ିକୁ ସ୍ବଚ୍ଛ ରଖିବା ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ବାରା ‘ପୁନୀତ ସାଗର ଅଭିଯାନ’ନାମକ ଏକ ଦେଶବ୍ୟାପୀ ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ବିଶ୍ବ ମହାସାଗର ଦିବସ ପୁରୀ ଲାଇଟ୍ ହାଉସ୍ ବେଳାଭୂମି ସମ୍ମୁଖରେ ପାଳନ କରାଯାଇଥିଲା I ଏହି ଅଭିଯାନକୁ ସିଧାସଳଖ ତଦାରଖ କରିଥିଲେ କମାଣ୍ଡିଂ ଅଫିସର କର୍ଣ୍ଣେଲ ସୁଦୀପ ସିହ୍ନା ଏବଂ ୬ଓଡ଼ିଶା ବାଟାଲିଯନ ଏନସିସି ପୁରୀର ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେ.ବି.ସିଂହ ଏହି ଅଭିଯାନକୁ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ପୁରୀର ଆସୋସିଏଟ୍ ଏନସିସି ଅଧିକାରୀ କ୍ୟାପଟେନ ସଚ୍ଚିଦାନନ୍ଦ ସାହୁ ଏବଂ ବାଟାଲିୟନର ସ୍ଥାୟୀ ପ୍ରଶିକ୍ଷକମାନେ ସମନ୍ୱୟ କରିଥିଲେ I ଏହି ଅଭିଯାନରେ ବିଭିନ୍ନ କଲେଜ ଏବଂ ବିଦ୍ୟାଳୟରୁ ପ୍ରାୟ ୨୫୦କ୍ୟାଡେଟ ସେମାନଙ୍କ କେୟାର ଟେକିଙ୍ଗ ଅଫିସରଙ୍କ ସହ ଅଂଶଗ୍ରହଣ କରିଥିଲେ। କ୍ୟାଡେଟମାନେ ବେଳାଭୂମି ସଫା କରିଥିଲେ ଏବଂ ନୁକ୍କଡ଼ ନାଟକ ଜରିଆରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ I

Leave a Reply

Your email address will not be published. Required fields are marked *