ମୁଖ୍ୟ ମନ୍ତ୍ରୀ ଙ୍କୁ କଳା ପତାକା ଦେଖାଇବା ଉଦ୍ୟମ ହେଲା ପଣ୍ଡ ।

କନ୍ଧମାଳ ତା ୦୭/୦୬/୨୦୨୫ ଫୁଲବାଣୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ସ୍ତ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ କନ୍ଧମ।ଳ ଜିଲ୍ଲା ଫୁଲବାଣୀ କୁ ଆସି ନୂତନ ଭାବେ ହେଉଥିବା ସରକାରୀ ମେଡିକାଲ କଲେଜ ଓ ୭୪୯କୋଟିର ୧୦ ଗୋଟି ପ୍ରକଳ୍ପ କୁ ଉଦ୍ଘାଟନ କରିବା ପାଇଁ ଫୁଲବାଣୀ ଆସିଥିବା ସମୟରେ ଜିଲ୍ଲାର କିଛି ଅଗଧ।ଡ଼ି ର କଂଗ୍ରେସ ନେତା ଯଥା – ଘନ ଶବର, ଶିବଶଙ୍କର ବେହେରା, ହେମନ୍ତ କର, ସଂସାର ଭୋଇ ସମସ୍ତଙ୍କୁ ସ୍ଥାନୀୟ ଫୁଲବାଣୀ ଟାଉନ୍ ଥାନାରେ ଅଧିକାରୀ ଶ୍ରୀ ସ୍ୱରୂପ କିଶନ, ଏସ ଆଇ ଶ୍ରୀ ସରୋଜ ସାହୁ ସଦଳବଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଖରେ ମୁଖ୍ୟ ମନ୍ତୀ ଙ୍କୁ କଳା ପତାକା ଦେଖାଇବା କୂଦ୍ୟମ କରୁଥିବା ସମସ୍ତ କଂଗ୍ରେସ ନେତାକୁ ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶନ ସେମାନଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ୍ୟ କ୍ରମ ପରି ସମାପ୍ତି ପର୍ଯ୍ୟନ୍ତ ଅଟକ ରଖିଥିବା କଥା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *