ନିମାପଡା ଗୋଲେଇ ଛକରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ।

ନିମାପଡା ) ନିମାପଡ଼ା ଗୋଲେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ଏକ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଛି।ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିପିସିଏଲର କ୍ଷେତ୍ର ପ୍ରବନ୍ଧକ ଦିପକ ଅଗ୍ରୱାଲ,କ୍ଷେତ୍ର ସଂଯୋଜକ ସୈାମ୍ୟ ଜୈନ,ବିକ୍ରୟ ଅଧିକାରୀ ହିତେଶ୍ଵର ବୋରୋ,ଯନ୍ତ୍ରୀ ପବନ କୁମାର ଓ ପେଟ୍ରୋଲ ପମ୍ପର ପ୍ରୋପାଟାଇଟର ସୁବ୍ରତ କୁମାର ପରିଜା ପ୍ରମୁଖ ଉପସ୍ଥିତ ଥିଲେ।ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ଓ ଗୁଣବତ୍ତା ବଜାୟ ରଖିବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ।ସ୍ଥାନୀୟ ଅଂଚଳରେ ଏହି ସ୍ଥାନରେ ଏକ ପେଟ୍ରୋଲ ପମ୍ପର ଆବଶ୍ୟକତା ଥିବା ବେଳେ ଯୁବ ଉଦ୍ୟୋଗୀ ସୁବ୍ରତ କୁମାର ପରିଜା ଏହାକୁ ପୂରଣ କରିଛନ୍ତି। ପ୍ରତେକ ଦିନ ଶତାଧିକ ଲୋକ ଏହି ଛକ ଦେଇ କାକଟପୁର, କୋଣାର୍କ, ଚାରିଛକ ଯାଇଥାନ୍ତି। ଯାହାକି ଏହି ପେଟ୍ରୋଲ ପମ୍ପ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରି ପାରିବ। ଏହାଛଡ଼ା ଲୋକମାନେ ଯେପରି ଠକେଇର ଶିକାର ନ ହେବେ ଏବଂ ଉତ୍ତମ ଗୁଣବତ୍ତାର ପେଟ୍ରୋଲ ପାଇପାରିବେ ସେଥିପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି।