ବିକଶିତ କନ୍ଧମାଳ ଗଠନ ନିମନ୍ତେ ମୂଖ୍ୟମନ୍ତ୍ରୀ ଙ୍କ ଉଦେ୍ଦ୍ୟଶ୍ୟ ରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଙ୍ଘ ର ଦାବି ପତ୍ର।

ଫୁଲବାଣୀ:ନିପ୍ର:-୦୯/୦୬ ବିକଶିତ ଓଡିଶା ନାରା ଦେଇ ରାଜ୍ୟର ଅଗ୍ରଗତି ଚାଲିଥିବା ବେଳେ ପ୍ରିୟ ମୂଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲା ଗ୍ରସ୍ତକରି ଏହାର ଝଲକ ଦେଇଥିବା ବେଳେ ବିଭିନ୍ନ ନୂତନ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରିଛନ୍ତି।ଏହି ନାରା ରେ ସାମିଲ କନ୍ଧମାଳ ସ୍ୱେଚ୍ଛାସେବୀ ମହାସଙ୍ଘ ମଧ୍ୟ ତାଙ୍କର ସାମୁହିକ ଚେଷ୍ଟା ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷିରେ ଜିଲ୍ଲାରେ ଥିବା ବିଭିନ୍ନ ବିକାଶର ଦିଗକୁ ଆଲୋକପାତ କରି ସମସ୍ତ ଙ୍କ ମିଲିତରେ ଆଲୋଚନା ହେଲାପରେ ଏକ ଦାବିପତ୍ର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟ ରେ ବ୍ୟକ୍ତିଗତ ସଚିବ ତ୍ରିଲୋଚନ ମହାନ୍ତି ଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଯେଉଁଥିରେ କନ୍ଧାମାଳ ଜିଲ୍ଲା କୁ ଜୈବିକ କୃଷି ଜିଲ୍ଲା ଭାବେ ଘୋଷଣା, କୁଇଭାଷା ର ଗବେଷଣା କୁ ଗୁରୁତ୍ୱ, ବ୍ୟକ୍ତିଗତ ଓ ଗୋଷ୍ଠିଗତ ଜଙ୍ଗଲ ଅଧିକାର ହସ୍ତାନ୍ତର ତ୍ୱରାନ୍ୱିତ କରିବା, ଦାରିଙ୍ଗବାଡି ର ବ୍ରାହ୍ମଣୀଗାଁ ଓ ଫିରିଙ୍ଗିଆ ର ଗୋଚ୍ଛାପଡା କୁ ବ୍ଲକ୍ ମାନ୍ୟତା, ଦାରିଙ୍ଗବାଡି କୁ ନୂତନ ବିଜ୍ଞାପିତ ଅଂଚଳ ମାନ୍ୟତା, ଉଦୟଗିରି ଠାରେ ଏକ ରକ୍ତ ଭଣ୍ଡାର ଓ ପୁଷ୍ଟି ପୁର୍ନନିବାଶ କେନ୍ଦ୍ର (ଘଜଉ)ସ୍ଥାପନ ଇତ୍ୟାଦି ଦାବି ରଖାଯାଇଛି।ଏଥିସହିତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାମକୁ ଅଧିକ ଲୋକାଭୀମୁଖୀ କରିବା ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସମନ୍ୱୟ ବøଠକ ଗୁଡିକୁ ଗୁରୁତ୍ୱ ଦେଇ ନିୟମିତ କରାଇବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ନିମନ୍ତେ ମହାସଙ୍ଘ ର ଅଧକ୍ଷ୍ୟ ରାମଚନ୍ଦ୍ର ଦାଶ, ଆବହକ ଇଂ. ହରି ଶଙ୍କର ରାଉତ, ପରିଚାଳନା କମିଟି ସଦସ୍ୟ ପଂଚାନନ ମିଶ୍ର, ଅଶୋକ କୁମାର ପ୍ରଧାନ, ଅନ୍ୟ ସଦସ୍ୟ ଭାବେ ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *