ଭଦ୍ରକରେ ବ୍ୟାପୁଛି ଝାଡ଼ାବାନ୍ତି; ହୋଟେଲ ଓ ଜଳଖିଆ ଦୋକାନ ରେ ଚଢାଉ।

Date:- 16/06/2025Place:- bhadrak ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଭଦ୍ରକ ସହର ନୂଆବଜ଼ାର କଚେରୀ ବଜ଼ାର ବନ୍ତ ଛକ ବିଭିନ୍ନ ଅଞ୍ଚଳରେ ହୋଟେଲ ଜଳଖିଆ ଦୋକାନ ମାନଙ୍କରେ ଚାଲିଛି ଚଢ଼ଉ ଏହି ଚଢ଼ଉ ସମୟରେ ଖାଦ୍ୟର ମାନ ଯାଞ୍ଚ କରାଯାଉଥିବା ବେଳେ ବାସୀ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଫାଇନ ଆଦାୟ କରା ଯାଇଛି । ଚଢ଼ଉ ବେଳେ ନୂଆବଜ଼ାର ଅଞ୍ଚଳର ତିନୋଟି ଦୋକାନରୁ 5 ହଜାର ଟଙ୍କା କରି ଜୋରିମାନା ଆଦାୟ କରିଛି ଚଢ଼ାଉ କରାଯାଇଛି।ତେବେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଧାମନଗର ଅଞ୍ଚଳରେ ଝାଡା ବାନ୍ତି ରୋଗରେ ଆକ୍ରାନ୍ତଙ୍କୁ ଚିହ୍ନଟ ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ସେହିପରି ଚଢ଼ଉରେ ଭଦ୍ରକ ଜିଲ୍ଲା ର ସମସ୍ତ ବ୍ଲକରେ ଆରମ୍ଭ କରାଯାଇଛି । ଜିଲ୍ଲାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରତିକାର ପାଇଁ ଲୋକମାନେ ବାହାରେ ହୋଟେଲ ଓ ଜଳଖିଆ ଦୋକାନ ରେ ନ ଖାଇବାକୁ ନିବେଦନ କରିଛନ୍ତି ଭଦ୍ରକ ଉପ ଜିଲ୍ଲାପାଳ । ସେହିପରି ଭଦ୍ରକ ଜିଲ୍ଲାରେ ଝାଡାବାନ୍ତି ଆଜ୍ରାନ୍ତଙ୍କ ସଂଖ୍ୟା କାମୁଥିବା ବେଳେ ସଚେତନ ପାଇଁ ନିଆ ଯାଉଛି ବିଭିନ୍ନ ପଦକ୍ଷେପ ବୋଲି କହିଛନ୍ତି ସିଡିଏମଓ ଭଦ୍ରକ ।

Leave a Reply

Your email address will not be published. Required fields are marked *