୩ ଦଫା ଦାବି ନେଇ ଢେଙ୍କାନାଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ କଳାବ୍ୟାଚ୍ ପରିଧାନ ସହ ଆନ୍ଦୋଳନ ଜାରି।

କାମାକ୍ଷାନଗର୧୬.୦୬.୨୦୨୫ -ଢେଙ୍କାନାଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ ୩ ଦଫା ଦାବି ନେଇ କଳାବ୍ୟାଚ ପରିଧାନ ସହ ଆନ୍ଦୋଳନ ଆରମ୍ଭ ହୋଇଛି। ହିନ୍ଦୋଳରେ ଫରେଷ୍ଟ ଗାର୍ଡଙ୍କୁ ଶିକାରୀ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ ଯାହା ବନ କର୍ମଚାରୀ ମାନଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ ଫରେଷ୍ଟ କମିଶନ ଗଠନ, ପ୍ୟାକେଜ ସାଲାରୀ ଇନ୍ସୁରାନ୍ସ ପ୍ରଦାନ ଭଳି ଦାବି ରହିଛି। ଆଗାମୀ ୨୧ ତାରିଖ ଭିତରେ ଦାବି ପୂରଣ ନହେଲେ ୨୨ ତାରିଖ ଠାରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବାସହ ସାମୁହିକ ଛିଟିରେ ଯିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ଅନୁଗୁଳ ସର୍କଲ ବନ କର୍ମଚାରୀ ସଂଘ ଜୋନ ସଭାପତି ବିରେନ୍ଦ୍ର ଦେହୁରୀଙ୍କ ସମେତ ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଂଚଳର ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଡେପୁଟି ରେଞ୍ଜର ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *