କୃଷି କାର୍ଯ୍ୟ ତତ୍ପର

କୃଷି କାର୍ଯ୍ୟ ତତ୍ପର –
ମଉସୁମି ପ୍ରଭାବ ରେ କୃଷି କାର୍ଯ୍ୟ ତତ୍ପର
ତଳି ବିଲ ପ୍ରସ୍ତୁତ ରେ ଚାଷୀ ହୁଏ ଚଞ୍ଚଳ
ବରଷା ରାଣୀ ଅଟେ କୃଷକ ର ସମ୍ବଳ
ବରଷା ପାଣି କୁ ରଖେ ବନ୍ଧ ବାନ୍ଧି କୃଷକ
କୃଷି କାର୍ଯ୍ୟ ରେ ଲଗାଏ ହୋଇ
ବଡ ଭାବୁକ।
ଧାଡ଼ି ରୁଆ କରେ ଯିଏ ପାଏ ସିଏ ସହାୟ
ନିରାଶ୍ରୟ ଚାଷୀ ଙ୍କୁ ହୁଏ ଏହା ସହାୟ।
ସରକାରୀ ଯୋଜନା ରୁ ଯିଏ ହୁଏ ବଞ୍ଚିତ
ଧାନକୁ ଆଣଇ ଟଙ୍କା ଦେଇ ଦିଏ ସବୁତ।
ସରକାରୀ ବାବୁ ମାନେ ହୁଅ ଏବେ ତତ୍ପର
ସହୟତା ଦିଏ ଏବେ ନହୋଇ ଅନାଦର।
ସାର ଓ କୀଟନାଶକ ସବୁ ଚାଷୀ ପାଆନ୍ତୁ
ତାକୁ ନେଇ ଚାଷୀକୁଳ ବିଲକାମେ ଲଗାନ୍ତୁ।
ଆଶୁକବି- ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ (
ସଭାପତି
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା