ବାଟବଣା ହୋଇଛି ଜନଗଣନା,୧୩ ବର୍ଷ ବିତିଲା ହୋଇନାହିଁ ସର୍ଭେ।

ଫୁଲବାଣୀ:ନିପ୍ର:-୧୭/୦୬ କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଅଧିବାସୀଙ୍କୁ ନେଇ ଗଠିତ। ଜିଲ୍ଲାରେ ରହିଛି ୧୭୧ ଟି ପଞ୍ଚାୟତ ୧୨ଟି ବ୍ଲକ ଓ ୨ଟି ସବ ଡିଭିଜନ। ହେଲେ ଏଠିକାର ଏହି ଅଧିବାସୀ ମାନେ ସଚେତନତାର ଅଭାବ ଯୋଗୁଁ ସରକାରଙ୍କ ଅନେକ ଯୋଜନାରୁ ବଞ୍ଚିତ ରହୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର ବଦଳୁଛି ଓ ନିତି ନିୟମ ମଧ୍ୟ ବଦଳୁଛି।କିନ୍ତୁ ବଦଳି ପାରୁନାହିଁ ସାଧରଣ ଜନତାଙ୍କ ସମସ୍ୟା। କିନ୍ତୁ ଲାଜନିତି ଭିତରେ ଛନ୍ଦି ହୋଇ ଯାଉଛନ୍ତି ସାଧାରଣ ଜନତା।ଖବର ସଂଗ୍ରହରୁ ଜଣାପଡ଼ିଛି ଯେ ଜନଗଣନା ସାଜିଛି ନିରୀହ ଲୋକଙ୍କ ପାଇଁ ବାଧକ। ବାଟବଣା ହୋଇଛି ଜନଗଣନା,୧୩ ବର୍ଷ ହେଲା ହୋଇନାହିଁ ସର୍ଭେ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ମାଗଣା ଚାଉଳ। ଏହି ମାଗଣା ଚାଉଳର ବିଭିନ୍ନ ନିତିନିୟମ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହୋଇ ନିଜର ଅଧିକାରରୁ ବଞ୍ଚିତ କରିଛି ନିରୀହ ଜନତାଙ୍କୁ। ଯୋଜନାର ନାମ ହେଉଛି ଖାଦ୍ୟ ସୁରକ୍ଷା ଯୋଜନା। ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ୫ କିଲୋ ମାଗଣା ଚାଉଳ ମିଳୁଛି ସାଧାରଣ ପରିବାର ଲୋକଙ୍କୁ। ପ୍ରକୃତରେ କିନ୍ତୁ ଦେଖିବାକୁ ଗଲେ ଏହି ମାଗଣା ଚାଉଳ ପାଇଁ ସାଧାରଣ ପରିବାରଙ୍କ ଅଭାବ ମେଣ୍ଟିଛି। ହେଲେ ଏହି ମାଗଣା ଚାଉଳ ରାସନ କାର୍ଡକୁ ଭିତ୍ତିକରି ପ୍ରଗତିବାଦୀ କୁ ହୋଇଛି ଏକ ସଙ୍ଗୀନ ଅଭିଯୋଗ। ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ୧୪ ଗୋଟି ପଞ୍ଚାୟତ ଓ ୨ ଗୋଟି ଜିଲ୍ଲାପରିଷଦ ଜୁନ୍ କୁ ନେଇ ଗଠିତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମ୍ପ୍ରଦାୟର ବ୍ୟକ୍ତି ବିଶେଷକୁ ଛାଡିଦେଲେ ଶହେ ଭାଗରୁ କୋଡ଼ିଏ ଭାଗ ଅନ୍ୟାନ୍ୟ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ ଏଥି ବ୍ଲକର ବିଭିନ୍ନ ଅଞ୍ଚଳରେ ବସବାସ କରି ରହୁଛନ୍ତି। ହେଲେ ସରଳ ଜୀବନ ଯାପନ ବିତାଇ ବଞ୍ଚୁଥିବା ଏହି ବ୍ଲକର ଅନୁସୂଚିତ ଜାତି ଜନଜାତି ସଚେତନତାର ବହୁ ଦୂରରେ ରହିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଫଳରେ ସରକାରଙ୍କ ବିଭିନ୍ନ ଯୋଜନା ପାଇବା ଅଧିକାରରୁ ବଞ୍ଚିତ ରହିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ୨୦୧୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁଥିଲା ଓ ଏବେ ମଧ୍ୟ ମିଳୁଛି। କିନ୍ତୁ ୨୦୧୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜନଗଣନା ହୋଇ ନଥିବା ଯୋଗୁଁ ଅନେକ ହିତାଧିକାରୀ ଚାଉଳ ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଚାଉଳ ପାଉନାହାନ୍ତି। କାରଣ ସରକାର ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଦେବାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁ ପରିବାରକୁ ରାସନ କାର୍ଡ ଦିଆଯାଇଥିଲା ୨୦୧୧ ଜନଗଣନା ପରେ ସେହି ପରିବାରରେ ବଢ଼ିଥିବା ଜନସଂଖ୍ୟା ଚାଉଳ ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ସେହି କାର୍ଡ ରେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି। କାରଣ ରାଜ୍ୟର କାର୍ଡ ଟାର୍ଗେଟ ନାହିଁ। ବର୍ତ୍ତମାନ ଯେଉଁ ପରିବାର ଆଜିପର୍ଯ୍ୟନ୍ତ୍ ରାଜ୍ୟ ହେଉ କିମ୍ବା କେନ୍ଦ୍ର ହେଉ କୌଣସି ଯୋଜନାରୁ ରାସନ କାର୍ଡ ପାଇଁ ନାହାଁନ୍ତି ତାଙ୍କୁ ସିଧାସଳଖ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରାସନ କାର୍ଡ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ପାଇଥିବା ପରିବାର ତାଙ୍କର ଅନ୍ୟ ମାନଙ୍କୁ ସେହି କାର୍ଡରେ ଅନ୍ତର୍ଭୁକ୍ତ କରି କରି ନପାରି ଆବେଦନ କରି ଅନେକ ହିତାଧିକାରୀ ଅପେକ୍ଷାରେ ବସିଛନ୍ତି। ଖଜୁରୀପଡ଼ା ବ୍ଲକରେ ଅନ୍ ଲାଇନ୍ ରେ ଓ ଅଫ୍ ଲାଇନ୍ ରେ ଏହିଭଳି ୧୧ ଶହରୁ ଊର୍ଦ୍ଧ୍ବ ହିତାଧୀକାରୀ ଆବେଦନର କରିଥିଲେ ମଧ୍ୟ ରାସନ କାର୍ଡ ରେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି। ଏଇଠୁ ଅନୁମାନ କରି ପରୁଥିବେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶହ ଶହ ରାସନ କାର୍ଡ ପାଇଁ ଆବେଦନ ହିତାଧୀକାରୀ ଅପେକ୍ଷା କରି ରହିଥିବେ। ତେଣୁ ରାସନ କାର୍ଡ ପାଇଁ ଆବେଦନ କରିଥିବା ହିତାଧୀକାରୀ ସରକାରଙ୍କ ନିକଟରେ ନିବେଦନ କରୁଛନ୍ତି ଶୀଘ୍ର ଜନଗଣନା କରି ରାସନ କାର୍ଡ ପ୍ରଦାନ କଲେ ଶହ ଶହ ହିତାଧୀକାରୀ ଉପକୃତ ହୁଅନ୍ତେ।

Leave a Reply

Your email address will not be published. Required fields are marked *