ଦୁର୍ଘଟଣାରେ ପଡ଼ି ରହିଛି ପକଡ଼ାଝର ପର୍ଯ୍ୟଟନ ସ୍ଥଳୀ ନାମ ଫଳକ, ପର୍ଯ୍ୟଟନ ବିଭାଗର ନିଘାନାହିଁ ।

ଫୁଲବାଣୀ:ନିପ୍ର:-୧୭/୦୬ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ଼ୁକୁମ୍ପା ପଞ୍ଚାୟତ ଅଧିନସ୍ତ ପାଣିସାଳ ୧୫୭ ଜାତୀୟ ରାଜପଥ କଡ଼ରୁ ୩ କିଲୋ ମିଟର ଦୂର ଜଙ୍ଗଲ ଭିତରେ ଥିବା ବହୁ ଚର୍ଚ୍ଚିତ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ (ପକଡ଼ାଝର) ଦୀର୍ଘ ବର୍ଷ ହେଲା ପର୍ଯ୍ୟଟନ ବିଭାଗ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ପଡ଼ି ରହିଛି। ବହୁ ବର୍ଷ ପୂର୍ବରୁ ସରକାରୀ ମାନ୍ୟତା ପାଇ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ସ୍ଥାନ ପାଇଛି ପର୍ଯ୍ୟଟକ ମାନଙ୍କ ହୃହୟକୁ ସ୍ପର୍ଷ କରି ବହୁ ଚର୍ଚ୍ଚିତ ହୋଇଛି। ହେଲେ ଏହି ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀ ପକଡ଼ାଝର ନିକଟକୁ ଯିବାପାଇଁ ପର୍ଯ୍ୟଟନ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପାଣିସାଳ ୧୫୭ ଜାତୀୟ ରାଜପଥ କଡ଼ରେ ପର୍ଯଟନ ବିଭାଗ ପକ୍ଷରୁ ଏକ ଉନ୍ନତ ମାନର ନାମ ଫଳକ ସାଇନ ନ୍ବୋର୍ଡ଼ ଦିଆ ଯାଇଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କୌଣସି ଗାଡ଼ିରେ ଦୁର୍ଘଟଣା ଘଟି ଏକ ମାସ ପାଖାପାଖି ହେବ ସାଇନ ବୋର୍ଡ଼ ରାଜପଥ କଡ଼ରେ ପଡ଼ି ରହିଥିଲେ ମଧ୍ୟ ଏଥିପ୍ରତି ପର୍ଯ୍ୟଟନ ବିଭାଗର ନିଘାନାହିଁ।

ସବୁଠାରୁ ଦୁଃଖଦ ଓ ବଡ଼କଥା ହେଲା ବନ ବିଭାଗ କହୁଛି ଏହି ପକଡ଼ାଝର ଓ ଏହି ସ୍ଥାନକୁ ସଂଯୋଗ ହେଇଥିବା ରାସ୍ତା ମୋ ଅଧିନରେ ଅଛି ବୋଲି ବାହା ବାହା ମାରୁଛି ସତ କିନ୍ତୁ ଏତେ ଦିନ ହେଲାଣି ଏହାର ସାଇନ ବୋର୍ଡ଼ ପଡ଼ି ରହିଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଫରେଷ୍ଟର ରଞ୍ଜିତ କୁମାର ଆପୋଟ ପ୍ରତ୍ୟେକ ଦିନ ଦେଖି ନଦେଖିଲା ରହିଛନ୍ତି। ଏଭଳି ଅଭାବନୀୟ ମାନ ବିକଟାନେଇ ସମସ୍ତ ଜନସାଧାରଣ ଘୋର ନିନ୍ଦା କରୁଛନ୍ତି। ଯଥାଶୀଘ୍ର ଏହି ପର୍ଯ୍ୟଟନ ସ୍ଥଳୀର ସାଇନ ବୋର୍ଡ଼ କୁ ସୁରକ୍ଷା ଦେଇ ଏଥିପ୍ରତି ଅଣଦେଖା ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କହିବାକୁ ବୁଦ୍ଧିଜୀବୀ ମହଲରୁ ଦବୀ କରାଯାଉଛି।

Leave a Reply

Your email address will not be published. Required fields are marked *