ସୌଭାଗ୍ୟ ଯୋଜନା ଦିଗହରା।

ରଘୁନାଥପୁର:-)ପ୍ରତି ଘରେ ଆଲୁଅ ଜଳିବାର ଲକ୍ଷ ରଖି ଗତ ୬ ବର୍ଷ ତଳେ ତତ୍କାଳିନ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନାରେ ଲାଇନ ଯୋଗାଇ ଦିଆଯାଇଛି। ତେବେ ଉକ୍ତ ଯୋଜନା ଦିଗହରା ହୋଇପଡିଛି।ରଘୁନାଥପୁର ଟିପିସିଓଡ଼ିଏଲ ପକ୍ଷରୁ ତାରପୁର ଗ୍ରାମର ଭିନ୍ନକ୍ଷମ କାଳନ୍ଦୀ ବାରିକଙ୍କ ଘରକୁ ବିଦୁତ ସଂଯୋଗ କରାଯିବାର ୫ ବର୍ଷ ପରେ ୧୮ ହାଜର ଟଙ୍କା ବିଦୁତ ବିଲ ପୈଠ ପାଇଁ ନୋଟିସ ଆସିଛି।୫୦ ପ୍ରତିଶତ ରିହାତି କରାଯାଇ ଧାର୍ଯ୍ୟ ସମୟ ଭିତରେ ୯ ହଜାର ଟଙ୍କା ପୈଠ ନକଲେ ଲାଇନ କାଟିଦିଆଜିବ ବୋଲି ତାଗିଦ ମଧ୍ଯ କରାଯାଇଛି।ଗରିବିର ତାଡନା ଭିତରେ ପେଶି ହୋଇ ଦିନକୁ ଦିଓଳି ଖାଇବାକୁ ପାଉନଥିବା କାଳନ୍ଦୀଙ୍କ ମୁଣ୍ଡରେ ବଜ୍ର ପଡିଛି।ଏତେଗୁଡିଏ ଟଙ୍କା ଏକକାଳୀନ ପରିଶୋଧ କରିବା କାଳନ୍ଦୀଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲାବେଳେ ବିଦୁତ କାର୍ଯ୍ୟାଳୟକୁ ଜାଇ ଏସଡିଓ ଙ୍କୁ କାକୁତି ମିନତି ହୋଇ ନିଜର ଦୁଃଖ ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳୁନି।ବିନା ପରିମିସନରେ ଲାଇନ ଜାଳୁଥିବା ଓ ତମେ ଜଣେ କଞ୍ଜୁମର ନୁହଁ ବୋଲି କହି ଏସଡିଓ ହରେକୃଷ୍ଣ ମାଝି କାଳନ୍ଦୀକୁ ଫେରାଇ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେଜେ ୫ ବର୍ଷ ତଳୁ କାଳନ୍ଦୀଙ୍କ ଘରେ କାହା ଆଦେଶରେ ବିଦୁତ ସଂଯୋଗ କରାଯାଇଥିଲା।ଯଦି ସଂଯୋଗ ଦିଆଗଲା ତାହାଲେ ତାଙ୍କୁ ମାସିକ ବିଲ ଦିଆଗଲା ନାହିଁ କାହିଁକି? ଖବରଦାତାଙ୍କ ପକ୍ଷରୁ ଏସଡିଓ ମାଝିଙ୍କୁ ଏ ସମ୍ପର୍କରେ ପଚରାଯିବାରେ ସେ ସିଧା ସଳଖ ଆମେ କନେକ୍ସନ୍ ଦେଇନୁ ବୋଲି ମନା କରିଥିଲେ। ଏହାଛଡା ଜଣେ ବ୍ୟକ୍ତି ୫ ବର୍ଷ ଧରି ବିଦୁତ ଜାଳି ଆସୁଥିବାବେଳେ ସଂପୃକ୍ତ ବିଭାଗ କିପରି ଜାଣି ପାରିଲା ନାହିଁ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ କାଳନ୍ଦୀ କଞ୍ଜୁମର ନଥିବା ଏବଂ ଅନ୍ ଅଥରାଇଜ ଲାଇନ ଜାଳୁଥିବା କହି ଏସଡିଓ ମାଝି କଥାକୁ ଏଡାଇ ଦେଇଥିଲେ।କାଳନ୍ଦୀଙ୍କ ଘରକୁ ମିଟର ତାର ସହ କିଏ କାନେକ୍ସନ ଦେଇଥିଲା ଓ ସେତେବେଳେ ବିଦୁତ ବିଭାଗ ଦାୟୀତ୍ୱରେ କେଉଁ କମ୍ପାନୀ ଥିଲା ଏବଂ ସର୍ବୋପରେ ଏହାର ତଦାରଖ କରାଗଲା ନାହିଁ କାହିଁକି, ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇପଡିଛି।ଅଞ୍ଚଳରେ ଏହିପରି ୨୦ ଟି କେସ ରହିଥିବାବେଳେ ଜିଲ୍ଲାପାଳ, ବିଭାଗୀୟ ଏସଇ, ବିଦୁତ ବିଭାଗ ସଚିବ ଓ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *