ନିଟ ପରୀକ୍ଷା ୨୦୨୫ ରେ ଦେବ୍ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା

ନିଟ ପରୀକ୍ଷା ୨୦୨୫ ରେ ଦେବ୍ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା , ଛାତ୍ର ଛାତ୍ରୀ ମେଡାଲ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ୍ ଇଣ୍ଟର ନ୍ୟାସନାଲ ସ୍କୁଲର ନିଟ୍ ଛାତ୍ର ଛାତ୍ରୀ ଙ୍କ ସଫଳତା ପରେ ବିଦ୍ୟାଳୟ ତତଫରୁ ଛାତ୍ର ଛାତ୍ରୀଙ୍କୁ ମେଡାଲ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଛି। ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା-୨୦୨୫ (ନିଟ୍) ରେ ୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୬ ଜଣ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ଆର୍ ବି ଶୁଭମ୍ (୫୯୬) ନମ୍ବର ରଖି ଯାଜପୁର ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାବେଳେ ଅନ୍ୟ ୧୫ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜି କୃତ୍ତି ଛାତ୍ର ଛାତ୍ରୀଙ୍କୁ ମେଡାଲ, ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସମସ୍ତ ଅଭିଭାବକ ମାନଙ୍କୁ ମଧ୍ୟ ସ୍ଵାଗତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଭାଇସ ପ୍ରିନ୍ସିପଲ୍ ଆର ଏନ ରୟତ ସିଂ, କୋର୍ଡିନେଟର ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ସି ସି ଏ ମୁଖ୍ୟ ବାଲବିର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *