ସାଧବବୋହୁ –

ସାଧବ ବୋହୁ ରେ ସାଧବବୋହୁ
ବରଷା ଆଣିକି
ଧରାକୁ ମୋହୁ।
ତୋତେ ଦେଖି ଆଜି
ଚଷା ବିଭୋର
ଚାଷ କାମ ପାଇଁ ଖୁସି
ଅଟେ ଅପାର ।
ଖାସ ଗାଲିଚା ଯେ
ଅତି ସୁନ୍ଦର
ତୋର ରୂପରେ ସେ
ଆତ୍ମ ବିଭୋର।
ଶାଗୁଆ ଶାଢ଼ୀ ରେ
ସିନ୍ଦୂର ଟୋପା
ପ୍ରକୃତି ରାଣୀ ର
ଦିଶୁଛି ଶୋଭା।
ପିଲାମାନେ ଦେଖି
ଆତ୍ମ ବିଭୋର
ପ୍ରକୃତି ର ଶୋଭା
କି ମନୋହର।
ଧନ୍ଯ ସୃଷ୍ଟି କର୍ତ୍ତା
ସୃଷ୍ଟି ତୁମର
ପ୍ରକୃତି ରାଣୀ ଯେ
କି ମନୋହର।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *