ଜିଲ୍ଲାସ୍ତରୀୟ ବିକାଶ ମେଳାରେ ଯୋଗେଦେଲେ ଉପମୁଖ୍ୟମନ୍ତ୍ରୀ

ଜିଲ୍ଲାସ୍ତରୀୟ ବିକାଶ ମେଳାରେ ଯୋଗେଦେଲେ ଉପମୁଖ୍ୟମନ୍ତ୍ରୀରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ପାଳନ ଅବସରେର ଗତ ୧୨ ତାରିଖରୁ ନେହେରୁ ଷ୍ଟାଡିୟମ୍‌ରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସବର ୬ଷ୍ଠ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ବିକଶିତ ଓଡ଼ିଶା ଓ ବିକଶିତ ଭଦ୍ରକ ଗଠନରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।କୌଣସି ପରିସ୍ଥିତିରେ କେହି ଏହାକୁ ରୋକିପାରିବେ ନାହିଁ ବୋଲି ସେ କହିଥିଲେ । ମହିଳାମାନେ ହିଁ ଅଧିକ ପ୍ରତିଶ୍ରୁତି ବଦ୍ଧତା | ସେମାନଙ୍କର ଶକ୍ତିକୁ ମା’ ସୁଭଦ୍ରାଙ୍କ ଶକ୍ତିର ରୂପାୟନ କରାଯିବ। ଗାଁଗାଁରୁ ଲକ୍ଷପତି ଦିଦିମାନଙ୍କର ସଂଖ୍ୟା ବହୁ ଗୁଣରେ ବଢ଼ିବ | ବିକଶତି ଗାଁ ବିକଶିତ ଓଡ଼ିଶା ଯୋଜନାରେ ପ୍ରତି ବ୍ଲକରେ ଷ୍ଟାଡିୟମ ନିମାର୍ଣ ପ୍ରତି ବ୍ଲକକୁ ରାସ୍ତା, ପିଇବା ପାଣି ଶ୍ମଶାନ ନିର୍ମାଣ ପାଇଁ ବ୍ୟୟବରାଦ ସରକାରଙ୍କ ଦ୍ବାରା ଅୟୋଜିତ ହେବାକୁ ଥିବା ମହିଳାଙ୍କ ହାତ ତିଆରି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟମେଳାରବିଜେତାଙ୍କୁ ହୋଟେଲ ଖୋଲିବାର ସୁଯୋଗ ଦିଆଯିବ ବୋଲି କହିଥିଲେ। ବାବା ଆଖଣ୍ଡଳମଣି ପୀଠ ପାଇ ୧୦କୋଟି, ଗୋଳିରା ଟିକିରା କନ୍‌ଇନସ୍‌ନ୍ ସେଣ୍ଟର ଓ ମକୁନ୍ଦୁଦେବ ମେମୋରିଆଲ ପାର୍କ ପାଇଁ ୧୦ କୋଟି, ପାଳିଆର ବିରଞ୍ଚି ନାରାୟଣ ମନ୍ଦିର ପାଇ ୫୦ ଲକ୍ଷ, ସ୍ମୃତିପାଠ ଇରମ ପାଇଁ ୧କୋଟି, ମା’ ଭଦ୍ରକାଳୀ ପୀଠ ପାଇଁ ୨ କୋଟି ଟଙ୍କାର ଅନୁଦାନ ଦିଆଯାଇଥିବା କହିଥିଲେ ସେହିପରି ଭଦ୍ରକ ଜିଲ୍ଲାରେ ୨ଲକ୍ଷ ୪୫ ହଜାର ୧୦୯ ଜଣ ସି.ଏମ୍. କିଷାନ୍, ୨ଲକ୍ଷ ୧ ହଜାର ୭୨୯ ଜଣ ପିଏମ୍କିଷାନ୍‌ରେ ଅନ୍ତର୍ଭୁକ୍ତ ହେବ । ୪ ଲକ୍ଷ ୨୭ ହଜାର ୫୪ ଜଣ ସୁଭଦ୍ରା ପାଇଥିବା ବେଳେ ଜିଲ୍ଲାର ୮୬ ହଜାର ୫୬୩ ଜଣ ଧାର୍ଯ୍ୟ ଲକ୍ଷ୍ୟରୁ ୮୩ ହଜାର ୭୩୭ ଜଣ ଲକ୍ଷପତି ଦିଦି ହୋଇଥିବା ସେ ସୂଚନା ଦେଇଥେÔଲା। ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ଯକ୍ଷ ଉତ୍ସଦରେ ଅନ୍ୟତମ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଙ୍କୁ ସେଖର ମହାପାତ୍ର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗାଳ୍ପିକ ପବିତ୍ର ପାଣିଗ୍ରହୀଙ୍କ ସମ୍ପାଦନରେ ବିକାଶ ପଥେ ଭଦ୍ରକ- ପ୍ରଗତି ପ୍ରବାହର ଏକ ବର୍ଷକୁ ମୁଖ୍ୟ ଅତିଥ୍‌ ଉନ୍ମୋଚନକରିଥିଲେ । ଏହି ଉପଲକ୍ଷେ ଖାଦ୍ୟ ପ୍ରତିଯୋଗିତାରେ ବିଜୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ପୁରସ୍କାର, ଲକ୍ଷପତି ଦିଦି, ଶିକ୍ଷା ବିଭାଗ, ସ୍ବଳ୍ପ ସଞ୍ଚୟ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆଦି ପକ୍ଷରୁ ହିତାଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ଜମି । ସିଆରଏଆର ୫ ଜଣ ବିଦ୍ୟାଙ୍ଗଙ୍କୁ ମୋଟରାଇଜତ୍ ଟ୍ରାଇସାଇକଲ ବଣ୍ଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ।

Leave a Reply

Your email address will not be published. Required fields are marked *