ଏବିଭିପିର ସାମ୍ବାଦିକ ସମ୍ମିଳନୀ-ଜିଲ୍ଲାରେ ୧୫ ହଜାର ସଦସ୍ୟତା କରିବ

ଭଦ୍ରକ- ୧୮/୦୬/୨୦୨୫ ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶୃଙ୍ଖଳିତ ବାୟିତ୍ବବାନ ଛାତ୍ର ସଂଗଠନ ହିସାବରେ ଦୀର୍ଘ ୭୭ ବର୍ଷ ଧରି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ କାମ କରି ଆସୁଛି । ପ୍ରତି ଶିକ୍ଷାବର୍ଷରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିବା ଏବଂ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟକରିବେ ଏବିଭିପି ସେଥିପାଇଁ ପ୍ରତି ଶିକ୍ଷା ବର୍ଷରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ । ଚଳିତ ଶିକ୍ଷା ବର୍ଷରେ ଏବିଭିପି, ଭଦ୍ରକ ଜିଲ୍ଲା ୧୫ ହଜାର ସଦସ୍ୟତାର ଲକ୍ଷ୍ୟ ନେଇଛି । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆରମ୍ଭ କରିବାର ଲକ୍ଷ୍ୟ ରଖିଛି । ଆଜି ଠାରୁ ସଦସ୍ୟତା ଅଭିଯାନ ଜାରି ରହିବ । ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଲାଣି । ସେହିପରି ଓଡ଼ିଶାରେ ଦୀର୍ଘ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ରାଜ୍ୟରେ କୁଢ଼ କୁଢ଼ ଅଧ୍ୟାପକ ମରୁଡି ସହ ଓଡ଼ିଶାରେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣକୁ ବିଜୁ ଛାତ୍ର ଜନତା ଦଳ ଏବଂ ଅନେକ ରାଜନୈତକ ଦଳମାନେ ନଷ୍ଟ କରିବାରେ ସଫଳ ହୋଇଥିଲେ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମିତ ନାୟକ କହିଛନ୍ତି, ଏବିଭିପି ପ୍ରତ୍ୟକ କ୍ୟାମ୍ପସରେ ହେଲ୍ସ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ି ସାରିଲାଣି । ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି । ବ୍ୟକ୍ତିତ୍ଵ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ । ଚଳିତ ବର୍ଷର ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀ ମାନେ ଅଧିକ ସଂଖ୍ୟାରେ ଯୋଡି ହୋଇ ଏବିଭିପିର ସଦସ୍ୟ ହୁଅନ୍ତୁ ବୋଲି ଏବିଭିପି ଆହ୍ୱାନ କରୁଛି । ଏହି ପ୍ରେସ ବାର୍ଭାରେ ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସ, ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜକ ଅଭିଳାଷ ତ୍ରିପାଠୀ ଓ ପୂଜାରାଣୀ ମଲ୍ଲିକ, ଜିଲ୍ଲା ସାମାଜିକ ଗଣମାଧ୍ଯମ ସଂଯୋଜକ ଦେବୀ ପ୍ରସାଦ ଦାଶ, ବିଭାଗ ଏସଏଫଡି ସଂଯୋଜକ ଆୟୁଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ପୋଷ୍ଟର ଉନ୍ମୋଚନ ହୋଇଥିଲା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ