ବିକାଶ ବାହନ ରଥ ଶୁଭାରମ୍ଭ

କାମାକ୍ଷାନଗର, -ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏନଏସି ର ବିଭିର୍ନ୍ନ ୱାର୍ଡ ରେ ବିକାଶ ବାହାନ ପରିକ୍ରମା କରିଛି l ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଭିର୍ନ୍ନ ଜନହିତ କର କାର୍ଯ୍ୟର ସଫଳ ରୂପାୟନ ସହିତ ବିକାଶର ବାର୍ତ୍ତା ନେଇ ଏନଏସିର ପ୍ରତ୍ୟେକ ୱାର୍ଡ ରେ ବିକାଶ ବାହାନ ରଥ ପରିକ୍ରମା କରିଛି l ଏନଏସି କାର୍ଯ୍ୟାଳୟ ରେ ୧୬ ଜଣଙ୍କୁ ଆବାସ ଯୋଜନା ପ୍ରଦାନ କରିଥିଲେ ଓ ମୁଷ।ମଲ୍ଲିକ ପାର୍କରେ ବୃକ୍ଷରୋପଣ କରିଥିଲେ । ବିଧାୟକ ଶତ୍ରୁଘ୍ନ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁତ କୁମାର ସାହୁ, ସମସ୍ତ ୱାର୍ଡ ର କାଉନସିଲର ଙ୍କ ସହିତ ବିକାଶ ପରିଷଦ ସମ୍ପାଦକ ସରୋଜ କୁମାର ବେହେରା ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l