ପ୍ରକୃତି ର ଲୀଳା କେତେ ଚମତ୍କାର

ପ୍ରକୃତି ର ଲୀଳା କେତେ ଚମତ୍କାର –
ପ୍ରକୃତି ର ଲୀଳା କେତେ ଚମତ୍କାର କେ କରିପାରିବ ଆନ
ସୃଷ୍ଟି କର୍ତ୍ତା ସବୁ ଦେଖୁଛି ଉପରେ
ଏତ ବିଧିର ବିଧାନ।
କେତେବେଳେ ବର୍ଷା କେତେବେଳେ ଖରା କେତେବେଳେ ହୁଏ ଶୀତ
ବିଧିର ବିଧାନ କେ କରିବ ଆନ
ଏହା ସୃଷ୍ଟି ରେ ଲିଖିତ।
କାହାକୁ ରଖଇ ଦରିଦ୍ର ବେଶରେ
କାହାକୁ ଦିଅଇ ଧନ
ଧନ ଥାଇ ଯଦି ଦାନ ନ କରଇ
ତା ଜୀବନ ହୁଏ ହୀନ।
ସଭାରେ ବଶିଣ ଯେ ମିଛ କୁହନି
ଦଣ୍ଡ ଦିଏ ସୃଷ୍ଟି କର୍ତ୍ତା
ମଣିଷ ମାନଙ୍କୁ ଯେ ହୀନ ଭାବଇ
ଜୀବନ ରେ ଅପକର୍ତ୍ତା।
ହୁଅ ସାବଧାନ ଏ ସୃଷ୍ଟିର ନର
ମାଟି ମାଆର ପାଇଁ
ଜୀବନ ରେ କେବେ ମିଛ କୁହ ନାହିଁ ବିପତ୍ତି ଆସିବ ଧାଇଁ।
ପ୍ରକୃତି ବନ୍ଧୁ ହରିହର ସାହୁ
ଅବସର ପ୍ରାପ୍ତ ରାଜ୍ୟ ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାର ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଷଡ଼ଙ୍ଗୀ, ଗଁଦିଆ , ଢେଙ୍କାନାଳ।