ମୋରାମୋରୀ ପଞ୍ଚାୟତ ଠାରେ ବିକାଶ ବାହାନ ରଥ ଉଦଘାଟନ

ମୋରାମୋରୀ:୧୯/୦୬ : ଓଡିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ଓଡ଼ିଶାର ଲୋକମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ଓ ବିକାଶ ମୂଳକକାର୍ଯ୍ୟ ବିଷୟରେ ସମସ୍ତ ଜନସାଧାରଣଙ୍କ ଅବଗତି କରାଇବା ନିମନ୍ତେ ଆଜି ଅପରାହ୍ନରେ ମୋରାମୋରୀ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ବିକାଶ ରଥ ପହଞ୍ଚିଥିଲା । ଏହି ରଥ ପହଁଚିବା ପରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ ଶବର,ସରପଞ୍ଚ ବସନ୍ତ ମାଳି,ପଞ୍ଚାୟତର ମହିଳା ସଭାପତି ସୁଲି ସାହୁ,ସମ୍ପାଦିକା ପ୍ରଭାତୀ ମାଲ,ବ୍ୟାଙ୍କ ମିତ୍ର ବନିତା ନାୟକଙ୍କ ସମେତ ସମସ୍ତ ଇସି ମେମ୍ବର ଓ ସିଆରପି ମହିଳାମାନେ ମିଶି ହରିବୋଲ ଓ ହୁଳହୁଳି ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ରଥକୁ ନାୟବ ସରପଞ୍ଚ ଶ୍ରୀଯୁକ୍ତ ନନ୍ଦ ନଡିଆ ବାଡେଇ ଉଦ୍ଘାଟନ କରିଥିବା ବେଳେ ମହିଳା ସଭାପତି ସୁଲି ସାହୁ ଉପସ୍ଥିତ ଥିବା ସରପଞ୍ଚଙ୍କ ସମେତ ସମସ୍ତ ଅଧିକାରୀ ମାନଙ୍କୁ ଉତରୀୟ ପ୍ରଦାନ କରିଥିଲେ ।

ଏହି ଅବସରରେ ବାଣପୁର ବ୍ଲକ ନୋଡାଲ ଅଧିକାରି ସୁନୀଲ ବାଙ୍ଗର,ନାଚୁଣି ଓ ସଲପଡିହ ଜଙ୍ଗଲ ବିଭାଗ ଅଧିକାରୀ ପୂର୍ଣଚନ୍ଦ୍ର ବେହେରା,ପଞ୍ଚାୟତର ଜିଆରଏସ ସୁଭଦର୍ଶିନୀ ମହାନ୍ତି, ନାଚୁଣି ସମବାୟ ବ୍ୟାଙ୍କ ଅଧିକାରୀ, ସମସ୍ତ ଅଙ୍ଗନବାଡି କର୍ମୀ ସହିତ ସମସ୍ତ ଆଶା କର୍ମୀ ଏବଂ ଆମ ସେବା କେନ୍ଦ୍ରର ପରିଚାଳକ ବିରେନ କୁମାର ସାହୁ, ଉପସ୍ଥିତ ଥିଲେ । ଏହି ଜନ କଲ୍ୟାଣ କାର୍ଯ୍ୟକ୍ରମରେ ପଞ୍ଚାୟତର ଦୁଇଜଣଙ୍କୁ ସମବାୟ ଋଣ ଦିଆଯାଇଥିବାବେଳେ କିଛି ଲୋକଙ୍କୁ ରାସନ କାର୍ଡ ଦିଆଯାଇଥିଲା। ୭୦ ବର୍ଷ ରୁ ଅଧିକ ବୟସ ହୋଇସାରିଥିବା ବୃଦ୍ଧ ଲୋକମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଜନ କଲ୍ୟାଣ ଯୋଜନାକୁ ପଞ୍ଚାୟତ ଲୋକମାନେ ବହୁତ ଖୁସି ଅନୁଭବ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *