ଟ୍ରଷ୍ଟିଙ୍କ ଦ୍ବାରା ଗୋପୀନାଥ ଜୀଉଙ୍କ ସମ୍ପତି ବାଟମାରଣା

ଟ୍ରଷ୍ଟିଙ୍କ ଦ୍ବାରା ଗୋପୀନାଥ ଜୀଉଙ୍କ ସମ୍ପତି ବାଟମାରଣା,ତଦନ୍ତ ଦାବି କଲେ ଗ୍ରାମବାସୀ ତିର୍ତ୍ତୋଲ-୧୯/୬-ଜଗତସିଂହପୁର ଜିଲ୍ଲା ତିର୍ତୋଲ ତହସିଲ ଅଧୀନ ଗୋପୀନାଥ ଜୀଉ ବିଜେସ୍ଥଳୀ-କଣ୍ଟାପଡାଙ୍କର ପ୍ରାୟ ୫୬ ଏକର ସମ୍ପତି ରହିଛି । ଏହି ସମ୍ପତିର ରକ୍ଷଣା ବେକ୍ଷଣା ପାଇଁ ୨୦୦୯ ମସିହାଠାରୁ କଣ୍ଟାପଡା ଗ୍ରାମର ନବ କିଶୋର ମହାନ୍ତିଙ୍କୁ ଦେବୋତ୍ତର ବିଭାଗ ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ହିସାବରେ ଦାଇତ୍ୱ ଦେଇଥିଲା। ମାତ୍ର ବହୁ ଦିନ ପୂର୍ବରୁ ଟ୍ରଷ୍ଟିର କଣ୍ଟ ପୁରି ଯାଇଥିଲେ ବି ନବକିଶୋର ଜୋର ଜବରଦସ୍ତ ନିଜକୁ ଟ୍ରଷ୍ଟି ବୋଲି ପରିଚୟ ଦେଇ ଠାକୁରଙ୍କ ଆୟରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଉଠାଇଛନ୍ତି।ଏମିତିକି ମହମ୍ମଦପୁର ଗ୍ରାମର ମଧୁସୂଦନ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ବେଆଇନ ଭାବରେ ଠାକୁରଙ୍କ ଏକ ଜମିକୁ ଲିଜ ସୂତ୍ରରେ ଦେଇଥିବା ବେଳେ ଏହି ଜମିରେ ସମ୍ପୃକ୍ତ ବ୍ୟକ୍ତି ସେଠାରେ ସ୍ଥାୟୀ ଘର ନିର୍ମାଣ କରି ସେହି ଘରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରୁଥିବା ଗ୍ରାମବାସୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ନାରାୟଣ ପ୍ରସାଦ ପଣ୍ଡା, ଜ୍ଞାନ ରଞ୍ଜନ ନନ୍ଦ, ହରେକୃଷ୍ଣ ବୈଶାଖ, ନାରାୟଣ ପ୍ରସାଦ ନନ୍ଦ, ଅଦ୍ଵୈତ ରାଉତ, ବାବାଜୀ ଚରଣ ରାୟ, ସୁଦର୍ଶନ ପଣ୍ଡା, ଅଜୟ ଲେଙ୍କା, ଉଦୟନାଥ ଜେନା, ରବୀନ୍ଦ୍ର ନାଥ ଲେଙ୍କା, ମନୋଜ ଦାସ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ବାଖରପୁର, ମାଲଣ୍ଡ କଣ୍ଟାପଡା ଇତ୍ୟାଦି ଗ୍ରାମରେ ବିଭିନ୍ନ ବ୍ୟକ୍ତିଙ୍କୁ ବେଆଇନ ଲିଜ ନବକିଶୋର ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦୀର୍ଘ ଦିନରୁ ଠାକୁରଙ୍କ ସେବା କରି ଜାଗିରି ଖାଉଥିବା ସେବାୟତଙ୍କୁ ଜମିରୁ ଜବରଦସ୍ତ ଉଛେଦ କରି ସେମାନଙ୍କ ନାମରେ ଅଦାଲତରେ ମିଛ ମୋକଦ୍ଦମା ସେ କରିଛନ୍ତି ।ଗୁଣ୍ଡାମୀ କରି ଥାନାରେ ଏକାଧିକ ମାମଲା ମଧ୍ୟ ଦାୟର କରିଥିବା ଭୁକ୍ତଭୋଗୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନବକିଶୋରଙ୍କ ଉପରେ ତଦନ୍ତ ହେବା ସହ,ଜବରଦଖଲରେ ଥିବା ଗୋପାଳ ଜୀଉଙ୍କ ଜମିକୁ ଉଦ୍ଧାର କରିବା ଓ ଠାକୁରଙ୍କ ନୀତି କାନ୍ତିର ପରିଚାଳନା ପାଇଁ ନୂତନ ଟ୍ରଷ୍ଟି ଗଠନ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି।
ତିର୍ତ୍ତୋଲ କଣ୍ଟାପଡାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *