ମୁଁ ଏକ କବିଟିଏ-

ମୁଁ ଏକ କବିଟିଏ-
ପ୍ରକୃତି ର କୋଳ ରେ କେତେବେଳେ ହସେ ମୁହଁ କେତେ ବେଳେ କାନ୍ଦେ
ସୃଷ୍ଟି ର ସ୍ରଷ୍ଟା ଙ୍କ ଆଶିଷ କେତେବେଳେ ମୋ ଉପରେ
ଚନ୍ଦନ ଟୋପାଏ ଭଳି ବନ୍ଦେ
ତଥାପି ମୁଁ କେବେବି ବ୍ୟସ୍ତ ନଥାଏ
କାରଣ ମୁଁ ଏକ କବିଟିଏ
କବିତା ରେ ହଜିଯାଏ ଛନ୍ଦେ।
କବିତା ଲେଖିବା ମୋର ପେଷା ନୁହଁ
ପେଷା ମୋର ପରିବେଶ ରକ୍ଷା
ତଥାପି ଅବସର ପରେ
ପାଠପଢା ଜୀବନ ର ଦୀକ୍ଷା।
ମୁଁ ଏକ କବିଟିଏ
ପ୍ରକୃତି ରାଣୀ କୁ ଭଲ ପାଏ
ମାଆ ପରି ସ୍ନେହ ଶ୍ରଦ୍ଧା ଢାଳି
କାରଣ ତାହାର ତ୍ୟାଗ ଏପରି ଅଦ୍ଭୁତ
ଯେପରି ନିଆଁ ଲିଭେ ପଡ଼ି କରି ପାଣି।
ମୁଁ ଏକ କବିଟିଏ
କବିତା ମୋ ଜୀବନ ର ବ୍ରତ
ଲେଖା ପଢା ଜୀବନ ରେ
ଲାଗିରହେ
କାରଣ ଦେଖାଏ ମୋତେ ଚାଲିବାକୁ ପଥ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଷଡ଼ଙ୍ଗୀ, ଗଁଦିଆ, ଢେଙ୍କାନାଳ ୭୫୯୦୧୬

Leave a Reply

Your email address will not be published. Required fields are marked *