ଖୋଲିଲା ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟ

Date-20/06/25*ଆଜିଠାରୁ ଖୋଲିଲା ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟ*ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହଆଙ୍କର- ଆଜିଠାରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ବିଦ୍ୟାଳୟ ଗୁଡ଼ିକ ଖୋଲାଯାଇଛି । ଦୀର୍ଘ ଦେଢ଼ ପରେ ସ୍କୁଲ ଖୋଲୁ ଥିବାରୁ ସ୍କୁଲ ପରିବେଶ କୁ ସଫାସୁତୁରା କରାଯିବା ସହିତ ପାନୀୟ ଜଳର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଆଜି ଠାରୁ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇବା ସହିତ ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠ ପଢିବେ । ଏ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।