ପୂର୍ବତନ ସରପଂଚଙ୍କ ବିୟୋଗରେ ସ୍ମୃତି ଚାରଣ ସଭା।

ରଘୁନାଥପୁର,…. ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରଣ ଓଡ଼ପଡ଼ା ପଞ୍ଚାୟତର ପୂର୍ବତନ ସରପଂଚ ବାସନ୍ତୀ ସାହୁଙ୍କ ବିୟୋଗରେ ଗତକାଲି ତାଙ୍କ ବାସଭବନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ, ପୂର୍ବତନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି , କଟକ ସଦର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏଥିରେ ପୁରଣ ଓଡ଼ପଡ଼ା ସରପଂଚ ଶିବରାମ ସାହୁ ସଭାପତିତ୍ବ କରିଥିବାବେଳେ ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସରପଂଚ ବଟକୃଷ୍ଣ ନାୟକ,ଅମୀତା ଖୁଣ୍ଟିଆ, ସୁଷମା ମଲ୍ଲିକ, ଅନୁପ ପ୍ରସାଦ ସ୍ବାଇଁ, ଅମୁଲ୍ୟ ମହାନ୍ତି, ପ୍ରଭାକର ମଲ୍ଲିକ, ସମିତି ସଭ୍ୟା ଶାନ୍ତିଲତା ଦ୍ବୀବେଦି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୈାତମ ପାଲିତ, ପ୍ରିୟତମା ରାଉତ,ପ୍ରତାପ ପଟ୍ଟନାୟକ , ତାରାକାନ୍ତ ଜେନା, ଅନ୍ତର୍ଯ୍ୟାମୀ ରାଉତ ଓ ଶତାଧିକ ପଞ୍ଚାୟତବାସୀ ଏହି ସ୍ମୃତି ଚାରଣ ସଭାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *