ବ୍ରହ୍ମାକୁମାରୀସ୍, ଶାନ୍ତକୁଣ୍ଡରେ ପରିବହନ ଏବଂ ଯାତ୍ରା ବିଭାଗ ତରଫରୁ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମାକୁମାରୀସ୍, ଶାନ୍ତକୁଣ୍ଡରେ ପରିବହନ ଏବଂ ଯାତ୍ରା ବିଭାଗ ତରଫରୁ ସାମ୍ବାଦିକ ସମ୍ମିଳନୀ
ଜୀବନ ଏକ ଯାତ୍ରା ଅଟେ ଏବଂ ଯାତ୍ରା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ | ୫୦୦୦ ବର୍ଷର ସମୟରୂପୀ ସୃଷ୍ଟିଚକ୍ରରେ ଯାତ୍ରା କରି ଏବେ ଆମେ ଜୀବନର ଅନ୍ତିମ ସୋପନାରେ ଆସି ପହଞ୍ଚେ । ତେଣୁ ଆମ ହୃତପୂର୍ବ ଗୌରବ, ଗାରିମା, ମହିମା ଏବଂ ଆଧ୍ୟାତ୍ମିକ ମୂଲ୍ୟକୁ ପୁନଃ ପ୍ରାପ୍ତ କରିବା ପାଇଁ ପରମଧାମକୁ ଯାତ୍ରା କରିବାକୁ ପଡ଼ିବ । ତେବେ ଯାଇ ପରମାତ୍ମ ଶକ୍ତି ସମ୍ପନ୍ନ ହେବା ପୂର୍ବକ ଏହି କଳ୍ପର ୮୪ ଜନ୍ମର ଜୀବନଯାତ୍ରା ସମାପ୍ତ କରି ପୁଣି ନୂତନ କଳ୍ପରେ ଦିବ୍ୟ ରୂପରେ ସତ୍ୟଯୁଗକୁ ଯାତ୍ରା କରିବାକୁ ହେବ ।
ଉପରୋକ୍ତ ଉଦ୍ଦେଶ୍ୟକୁ ନେଇ ବ୍ରହ୍ମାକୁମାରୀସ୍ର ପରିବହନ ଏବଂ ଯାତ୍ରା ବିଭାଗ ତା’ର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଅନେକାନେକ ଶୈକ୍ଷଣିକ କାର୍ଯ୍ୟକ୍ରମ ଯେପରିକି ସଡକ ନିରାପତ୍ତା ସମ୍ବନ୍ଧୀୟ ଜାଗୃତି, ପାରସ୍ପରିକ ବୁଝାମଣା ଏବଂ ସମ୍ମାନ ପ୍ରଦର୍ଶନ, ଗାଡ଼ି ମାଲିକ, ଡ୍ରାଇଭର ଉକ୍ତ କ୍ଷେତ୍ରରେ ସମ୍ପୃକ୍ତ ସରକାରୀ କର୍ମଚାରୀ, ପର୍ଯ୍ୟଟନ ଅଧିକାରୀ ତଥା ସଡକ ବ୍ୟବହାରକାରୀ ଦାୟିତ୍ଵବାନ ଯାତ୍ରୀଙ୍କୁ ଏହି ଦିଶାରେ ସଚେତନ ଓ ସହଯୋଗୀ ହେବା ସକାଶେ ମାର୍ଗପ୍ରଦର୍ଶନ କରାଯିବ । ତେଣୁ ଏକ ଆଦର୍ଶ ଯାତ୍ରୀ ହୋଇ ପ୍ରତ୍ୟେକ ସହଯାତ୍ରୀଙ୍କ ମଧ୍ୟରେ ଅନୁଶାସନ ଏବଂ ସମ୍ମାନନୀୟ ସୁଖଦ, ସୁରକ୍ଷିତ ତଥା ନିରାପଦ ଭବିଷ୍ୟ ଯାତ୍ରା ବ୍ୟବହାରକୁ ପ୍ରୋତ୍ସାହିତ କରିବା ସକାଶେ ‘ଯାତ୍ରୀ କୃପୟା ଧ୍ୟାନ ଦିଅନ୍ତୁ, ଯାତ୍ରୀ କୃପୟା ଧାନ କରନ୍ତୁ’’ ନାମକ ଅଭିଯାନ ପ୍ରାରମ୍ଭ କରାଯାଇଅଛି ।
ଆଧ୍ୟାତ୍ମିକତାର ପ୍ରୟୋଗ ଦ୍ଵାରା ଦ୍ରୁତ ଗାଡ଼ିଚାଳନା ସମୟରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶାନ୍ତ, ସ୍ଥିର, ହଲ୍କାପନ, ଚିଡଚିଡାମୁକ୍ତ, ନିଃସ୍ଵାର୍ଥଭାବ ଓ ଆଶାବାଦୀ ବ୍ୟକ୍ତିତ୍ବ ଧାରଣ କରିବା ହିଁ ଆମ ଆତ୍ମ ଉନ୍ନତି ତଥା ସାମୂହିକ ଉନ୍ନତିର ସୁଯୋଗ ଅଟେ । ଏତଦ୍ବ୍ୟତୀତ ଟ୍ରାଫିକ କାମରେ ରେଡ୍ ସିଗନଲକୁ ସମ୍ମାନ ଦେଇ ଟିକେ ଧୈର୍ଯ୍ୟତାପୂର୍ବକ ଅପେକ୍ଷା ଏବଂ ସଜାଗତା ଦ୍ଵାରା ଆମେ ଆମର ଆସନ୍ତାକାଲିକୁ ସୁଖଦ ଓ ସୁନିଶ୍ଚିତ କରିପାରିବା ।
ପରିବହନ ଓ ଯାତ୍ରା ସମୟରେ ଅନ୍ୟ କେତୋଟି ଧାନ ଯୋଗ୍ୟ ବିଷୟ-
- ସ୍ମୃତିକଟୁ କର୍କଶଧ୍ୱନିର ପ୍ରୟୋଗ ନ କରିବା * ଗାଡିର ଗତିକୁ ନିୟନ୍ତ୍ରିତ ରଖୁବା * ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା * ଗାଡ଼ିକୁ ଓଭର୍ ଲୋଡ୍ ନ କରିବା * ନିରାପଦ ଦୂରତ୍ଵ ବଜାୟ ରଖୁବା * ଓଭରବ୍ରିଜ ଏବଂ ଜେବ୍ରା କ୍ରସିଂ ର ବ୍ୟବହାର କରିବା * ଗୁ, ଚରସ, ଭାଙ୍ଗ, ସିଗାରେଟ ଏବଂ ମାଦକ ଦ୍ରବ୍ୟ ସେବନରୁ ମଧ୍ଯ ନିବୃତ୍ତ ରହିବା ଉଚିତ । ଏଣୁ ଉପରୋକ୍ତ ସମସ୍ତ ବିଷୟରେ ସହରର ବୁଦ୍ଧିଜୀବୀ ଜନସାଧାରଣ, ଗାଡ଼ି ମାଲିକ, ଡ୍ରାଇଭର ଏବଂ ସହଯୋଗୀମାନଙ୍କୁ ସଚେତନ ତଥା ମାର୍ଗ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏକ ସମ୍ମିଳନୀର ଆୟୋଜନ କରାଯାଇଅଛି । ଅତଏବ ତମ୍ବନ୍ଧୀୟ ବିସ୍ତୃତ ବିବରଣୀ ଅବଗତ କରାଇବା ସକାଶେ ଆସନା ଶୁକ୍ରବାର ତା, ୨୦/୦୬/୨୫ରିଖ ସନ୍ଧ୍ୟା ୫ ଘଟିକା ସମୟରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ, ୟୁଟ୍ୟୁବ ଏବଂ ସୋସିଆଲ ମିଡିଆରେ ସମ୍ପୃକ୍ତ ସାମ୍ବାଦିକ ଭାଇ ଓ ଭଉଣୀଙ୍କ ନିମନ୍ତେ ବ୍ରହ୍ମାକୁମାରୀସ୍, ଶାନ୍ତକୁଣ୍ଡ ଗିରିରୋଡରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଅଛି । ଏଣୁ ସହରର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଉପରୋକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସକାଶେ ହାର୍ଦ୍ଦିକ ଈଶ୍ଵରୀୟ ନିମନ୍ତ୍ରଣ ।