୧୬୪ ଲିଟର ବିଦେଶୀ ମଦ ଜବତ

୧୬୪ ଲିଟର ବିଦେଶୀ ମଦ ଜବତ
: ଭଦ୍ରକ ଟାଉନ ଥାନା ପୁଲିସ ପକ୍ଷରୁ ଗୁରୁବାର ପାଟ୍ରୋଲିଂ ବେଳେ ମଦ କାରବାର କରୁଥିବା ଏକ ଡାଲା ଅଟେ ଧରାପଡ଼ିଛି। ଚରମ୍ପା ଅଞ୍ଚଳରେ ଏକ ଅଟୋରେ ୧୨୦ ଲିଟର ବିଦେଶୀ ମଦ ଯାଉଥିଲା। ଯାହାକୁ ପୁଲିସ ସନ୍ଦେହ କରି ପିଛା କରିଥିଲା। ଅଟେ ଡ୍ରାଇଭର ଜାଣିପାରି ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ । ପୁଲିସ ଅଟୋକୁ ଯାଞ୍ଚ କରି ବିଭିନ୍ନ ବ୍ରାଣ୍ଡର ୧୨୦ ଲିଟର ଦେଶୀ ମଦ ଜବତ କରିଛି। କେସ ନମ୍ବର ୩୩୫/୨୫ରେ ମାମଲା ଦାୟର କରି ଏହି ମଦ କେଉଁଠୁ କୁଆଡ଼େ ଯାଉଥିଲା, ତାର ତଦନ୍ତ ଚଳାଇଛି। ଡାଲା ଅଟୋରେ ଖୋଲାଖୋଲି ପେଟି ପେଟି ମଦ ବୋହି ନେବା ପଛରେ କାହା ଆଶୀର୍ବାଦ ରହିଛି ତାର ଖୋଳତାଡ଼ ଆରମ୍ଭ ହୋଇଛି। ସେହିଭଳି ଡାହାଣୀ ଗଡ଼ିଆ ନିକଟରୁ ୩୫ ଲିଟର ବିଦେଶୀ ମଦ ମଧ୍ୟ ଜବତ ହୋଇଥିବା ବେଳେ ଆଉ ଏକ ମାମଲାରେ ୯ ଲିଟର ବିଦେଶୀ ମଦକୁ ପୁଲିସ ଜବତ କରିଛି। ୧୩୬/୨୫ ଓ ୧୩୭/୨୫ରେ ଆଉ ଦୁଇଟି ମାମଲା ରୁଜୁ କରି ବାଇକ ଓ ସ୍କୁଟିକୁ ଜବତ କରିଛି।