କର୍ମୀ ଙ୍କ ଖର୍ଚ୍ଚପାଇଁ ଆସିଥିବା ଅର୍ଥକୁ ସ୍ଥାନୀୟ ନେତାଙ୍କ ଆତ୍ମସାତ ଅଭିଯୋଗ

କର୍ମୀ ଙ୍କ ଖର୍ଚ୍ଚପାଇଁ ଆସିଥିବା ଅର୍ଥକୁ ସ୍ଥାନୀୟ ନେତାଙ୍କ ଆତ୍ମସାତ ଅଭିଯୋଗ।
ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ଯିବାପାଇଁ ଆସିଥିବା କର୍ମୀ ଘରକୁ ଫେରିଲେ।
ରଘୁନାଥପୁର …..ରାଜ୍ୟରେ ବିଜେପି ସରକାରଙ୍କ ଏକବର୍ଷପୂର୍ତ୍ତୀ ଅବସରରେ ଶୁକ୍ରବାର ଭୂବନେଶ୍ବର ଜନତା ମଇଦାନ କୁ ଆସିଛନ୍ତି ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଓଡିଶାର ବିଭିନ୍ନ ବ୍ଲକ ସଂଗଠନ ର କର୍ମୀ ମାନେ ଏହି କାଯ୍ୟକ୍ରମ ରେ ସାମିଲ ହେବାପାଇଁ ଦଳପକ୍ଷରୁ ସ୍ଥାନୀୟ ନେତା ମାନଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ଗାଡିଖର୍ଚ୍ଚ ବାବଦକୁ ଟଙ୍କାମଧ୍ୟ ଆସିଥିଲା।ହେଲେ କିଛିନେତା ଏହିଟଙ୍କାକୁ ଚଳୁ କରି ଦେଇ କେତେକ ହାତଗଣତି କର୍ମୀ କୁ ନେଇ କାର୍ଯ୍ୟକ୍ରମ କୁ ଯାଇଥିଲେ।ବ୍ଲକହେଡକ୍ୱାଟରକୁ ଗ୍ରାମାଞ୍ଚଳ ରୁ ଆସିଥିବା ନିରିହକର୍ମୀମାନେ ଘଣ୍ଟାଘଣ୍ଟା ଧରିଅପେକ୍ଷାକରି ଭୁବନେଶ୍ୱର କୁ ଯାଇନପାରି ଘରକୁଫେରିଥିବା କିଛିକର୍ମୀ କ୍ଷଭୋରସହ ଅଭିଯୋଗ ଉଠାଇଛନ୍ତି।ଯଦି ସ୍ଥାନୀୟ ନେତାଙ୍କ ଏହିପରି ଆଚରଣରୁହେ ତେବେ ଆଗାମୀ ଦିନରେ ରଘୁନାଥପୁର ବ୍ଲକରେ ବିଜେପି ରେ କର୍ମୀ ମରୁଡି ହେବାର ଆଶକାଂକୁ ଏଡାଇ ଦିଆନଯାଇପାରେ।ଅପରପକ୍ଷରେ ଏହି କାର୍ଯ୍ୟକ୍ରମ କୁ ଏସଏଚଜି ମହିଳା ମାନଙ୍କୁ ବୁହାଇବାପାଇଁ ସରକାର ବ୍ଲକପ୍ରଶାସନ କୁ ବଡବଡ ବସ ଯୋଗାଇବାସହିତ ମହିଳା ମାନଙ୍କ ପାଇଁ ପାନୀୟଜଳ ଓ ଖାଦ୍ୟ ବ୍ୟବସ୍ଥା କରିଥିବାବେଳେ ବ୍ଲକ ପ୍ରଶାସନ ର ଚରମ ଅବହେଳା ଓ ଅର୍ଥ ଆତ୍ମସାତ ଲାଳସାଯୋଗୁ ଅଧିକାଂଶ ବସରେ ୫ରୁ ୧୦ଜଣ ଲେଖାଏଁ ମହିଳା ବସିଥିବା ଓ ଅନେକବସ ଫେରିଯାଇଥିବାର ଦେଖିବାକୁ ମିଳିଛି।