ଅଧ୍ୟାପକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅଧ୍ୟାପକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଗଣିଆ – ଗଣିଆରେ ଥିବା ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଅଧ୍ୟାପକଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବାସୁଦେବ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କୁଳମଣି ବାରିକ, ପ୍ରତିଷ୍ଠାତା କାଶିନାଥ ବାରିକି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶନ୍ନ କୁମାର ସେଣ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଇତିହାସ ବିଭାଗର ଅଧ୍ୟାପକ ନବକିଶୋର ପ୍ରଧାନ ଅବସର ଗ୍ରହଣ କରିଥିବା ଜଣାପଡିଛି । ବିଦ୍ୟାଳୟ ତରଫରୁ ବିଦାୟୀ ଅଧ୍ୟାପକଙ୍କୁ ଉପଢ଼ୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ବିଦାୟୀ ସଙ୍ଗୀତ ଗାନ କରାଯାଇଥିଲା ଯାହା ଅତ୍ୟନ୍ତ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶୀ ଥିଲା । ସେ ୧୯୯୨ ମସିହା ଠାରୁ ଏହି ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ବେଳେ ଦୀର୍ଘ ୩୩ ବର୍ଷ ଧରି ଏହି ଅନୁଷ୍ଠାନର ସୁଖ ଦୁଃଖରେ ସାମିଲ ହୋଇଥିବାରୁ ତାଙ୍କୁ ଅତିଥି ମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଜଣେ କର୍ତ୍ତବ୍ୟନିଷ୍ଠ,ସଚ୍ଚୋଟ, ପରୋପକାରୀ ତଥା ଦରଦୀ ମଣିଷ ଭାବେ ବେଶ୍ ଜଣାଶୁଣା ଥିଲେ ଶ୍ରୀ ପ୍ରଧାନ । ଅନୁଷ୍ଠାନ ଆରମ୍ଭରୁ ନିଜର ପରିଶ୍ରମ, ପରାକାଷ୍ଠା ଦେଖାଇ ଅନୁଷ୍ଠାନକୁ ଆଗକୁ ନେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବହୁତ କମ୍ ସମୟ ମଧ୍ୟରେ ଉକ୍ତ ଅନୁଷ୍ଠାନଟି ତାର ସଫଳତା ବଜାୟ ରଖିଥିବାରୁ ମୁଖ୍ୟ ଅତିଥି ଶ୍ରୀ ସ୍ବାଇଁ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସମସ୍ତ ଅଧ୍ୟାପକ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଅଧ୍ୟାପକଙ୍କ ଉଦ୍ୟଶ୍ୟରେ ଛାତ୍ର ଛାତ୍ରୀ ମାନେ କୋହଭରା କଣ୍ଠରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟରେ ଗତ ଯୁକ୍ତ ଦୁଇ ପରୀକ୍ଷାରେ ୫ ଶହରୁ ଅଧିକ ନମ୍ବର ରଖିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂରାଜୀ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ